ସେଗାସାହି ସଂରକ୍ଷିତ ଜଙ୍ଗଲରେ ନଷ୍ଟ କରାଯାଇଛି ଶହ ଶହ କୁଇଣ୍ଟାଲ ଚାଉଳ ଓ ଗହମ I

ଜଣେ ଗରୀବ ସାଧାରଣ ଲୋକ ଟିଏ  ସରକାରଙ୍କ  କାର୍ଡ ଟିଏ କରିବା ପାଇଁ ଏ କାର୍ଯ୍ୟାଳୟ ରୁ ସେ କାର୍ଯ୍ୟାଳୟ  ହେଉଥିବା  ଏହା ପ୍ରାୟ ସମସ୍ତଙ୍କୁ ଜଣା । ପୁଣି ଯଦି କାର୍ଡ ଟିଏ ହେଲା ଚାଉଳ ହେଉକି ଗହମ ପାଇଁ ପିଡ଼ିଏସ ଖାଦ୍ୟ ସାମଗ୍ରୀ ବଣ୍ଟା ହେଉଥିବା ସମୟରେ ଲମ୍ବା ଧାଡିରେ ରହି ଆଣିବା କୁ ପଡିଥାଏ । ଏ କଥା ଭି କାହାକୁ ଅଛପା ନାହିଁ ସେ ସରକାରୀ କଳ  ହୁଅନ୍ତୁ କି ଲୋକ ପ୍ରତିନିଧି । ଗରିବ ଟି ସବୁବେଳେ ନିଷ୍ପେସିତ ହୋଇ ଆସୁଛି । କରୋନା ମହାମାରୀ ସମୟରେ ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କ ପାଇଁ ନଗଦ ଟଙ୍କା ଆଉ ବାଣ୍ଟିବା ପାଇଁ ପ୍ରଚୁର ପରିମାଣରେ ଚାଉଳ ଓ ଗହମ ଆଦି ବହୁ ପରିମାଣରେ ଅନୁଦାନ ଆସିଲା।  କିନ୍ତୁ କଣ ସବୁ ବାଣ୍ଟିବା ପାଇଁ ଆସିଥିବା ଖାଦ୍ୟ ସାମଗ୍ରୀ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କି ନାହିଁ  ଏହା ଏକ ବଡ଼ ସନ୍ଦେହ ଘେର କୁ ଆଣିଛି ସୁନ୍ଦରଗଡ ଜିଲ୍ଲା  କୋଇଡା ବ୍ଲକର ସେଗାସାହି ସଂରକ୍ଷିତ ଜଙ୍ଗଲରେ  ପାହାଡ଼ ଭଳି କୁଢ଼ କୁଢ ହୋଇ ନଷ୍ଟ ହୋଇଥିବା ଚାଉଳ ଗହମ ଗଦା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର  କୋଇଡା ବ୍ଲକର  ସେଗାସାହି  ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦେଖା ଯାଇଛି ଏକ ବିରାଟ ନଷ୍ଟ ହୋଇଥିବା ଚାଉଳ ଗହମ ର ପାହାଡ଼  ଯାହା କୈଣସି ଗାଡି ଦ୍ୱାରା ଫପୋଡା ହୋଇଛି । ଏହା କୈଣସି ହିତାଧିକାରୀ ଙ୍କ ପାଇଁ ଆସିଥିବା  ସରକାରୀ ଚାଉଳ ନୁହେଁ ତ ।  ଯଦି ଏହା ହିତାଧିକାରୀ ଙ୍କ ସରକାରୀ ଖାଦ୍ୟ ସାମଗ୍ରୀ ହୋଇଥାଏ ବହୁ ଚିନ୍ତା ଜନକ ବିଷୟ । ଏହି ବିଷୟରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ରାଣି ରାଜଙ୍କୁ ପଚାରିବାରୁ ଆମ ଷ୍ଟକରେ ଯେତିକି ଚାଉଳ ରହିବା କଥା ତାହା ଠିକ୍ ଅଛି ବୋଲି କହିଥିଲେ । ଯଦି କୋଇଡା ବିଡିଓ ଙ୍କ କହିବା ଅନୁଯାୟୀ  ଏହି ନଷ୍ଟ ହୋଇଥିବା ଚାଉଳ କୋଇଡା ବ୍ଲକରେ ଷ୍ଟକ କରାଯାଉଥିବା  ଚାଉଳ ନୁହେଁ ତେବେ ଏତେ ଚାଉଳ ଏହି ଜଙ୍ଗଲକୁ ଆସିଲା କିପରି । କିଏ ଆଣିଛି ଏହି ଚାଉଳ ? ଆଉ କେମିତି ଜାଣି ପାରିଲେ ନାହିଁ କୋଇଡା ପ୍ରଶାସନ ଅଧିକାରୀ ? କୌଣସି ସରକାରୀ  ଅଧିକାରୀଙ୍କ ହାତ ଏଥିରେ ନାହିଁ ତ ?  ସେ ଯାହା ବି ହେଉ କୋଇଡା ଜନସାଧାରଣ ଙ୍କୁ  ଏହା ହିତାଧିକାରୀ ଙ୍କ ପାଇଁ ଆସିଥିବା ସରକାରୀ ଚାଉଳ ବୋଲି ସନ୍ଦେହ ଘେର କୁ ଅସିଛି  ଆଉ ଏହା ଜିଲ୍ଲା ପ୍ରଶାସନ ତଦନ୍ତ କରିବା ପାଇଁ  ଦାବି ହେଉଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here