ପୁଣି ପାଟକୁରା ପୋଲିସ୍ ଏବଂ ଆଇତିପୁର ସରପଞ୍ଚଙ୍କ ଭାଇଙ୍କ ନାମରେ ଅଭିଯୋଗ ।

ଦେଖନ୍ତୁ ଆପଣମାନେ ଏହି ଫାଷ୍ଟ ଭିଜୁଆଲ୍ ମାଧ୍ୟମରେ । ଆମେ ଦେଖାଉଛୁ କୋଉ ନିପାଞ୍ଚ ଅଞ୍ଚଳ କିମ୍ବା ଅପନ୍ତରା ରାଇଜର କଥାନୁହେଁ । ଆମ ଦେଖାଉଛୁ ଆପଣମାନଙ୍କୁ ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖର ଦୃର୍ଶ୍ୟ । କେମିତି ଜଣେ ଗରିବ, ଅସହାୟ ସ୍ୱାମୀ ପରିତିକ୍ତ ମହିଳା ତାର ଦୁଇ କୁନି କୁନି ପିଲ୍ଲାଙ୍କୁ ନେଇ ଭୋକ ଉପାସରେ ଡହଳ ବିକଳ ହୋଇ ଖାଇବାକୁ ନପାଇ ତାର ଦୁଇ ପିଲାଙ୍କ ସହିତ ପାଟକୁରା ପୋଲିସ୍ ବାବୁ ଏବଂ ସରପଞ୍ଚଙ୍କ ଭାଇଙ୍କ ନାମରେ ଏକ ସଂଗୀନ୍ ବା ଗୁରୁତ୍ୱ ପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ଧାରଣାରେ ବସି ରହିଛନ୍ତି । କଣ ରହିଛି ତାଙ୍କର ସମସ୍ୟା ଏବଂ କାହିଁକି ସେ ଧାରଣାରେ ବସିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । କିଏ ତାଙ୍କଠାରୁ ୫ହଜାର ଟଙ୍କା ଖାଇଛି ଏବଂ ପାଟକୁରା ପୋଲିସ୍ ପୋଲିସର କଣ ରହିଛି ଏହି ଘଟଣା ସହିତ ସମ୍ପର୍କ । କାହିଁକି ପାଟକୁରା ଆଇ ଆଇ ସି ଏବଂ ସାହୁ ବାବୁ ଏଭଳି ଜଣେ ଗରିବ ଅସହାୟ ମହିଳାଙ୍କୁ ବାରମ୍ବାର ଥାନାକୁ ଡକାଇ ତାଙ୍କୁ ନ୍ୟାୟ ଦେବା ବଦଳରେ କାହିଁକି କରୁଛନ୍ତି ହଇରାଣ । କଣ ପୋଲିସ୍ ବାବୁ ମୋଟା ଅଙ୍କର ଲାଞ୍ଚ ସରପଞ୍ଚଙ୍କଠାରୁ ମାଲ୍ ପକାଇ ଦେଇ । ସରପଞ୍ଚଙ୍କ ଭାଇଙ୍କୁ ଗିରଫ୍ ନକରି ଖୁଲମ୍ ଖୁଲା ବୁଲିବାକୁ ଛାଡି ଦେଇଛନ୍ତି । ନା କୌଣସି ରାଜନୈତିକ ଚାପ ଫଳରେ ସରପଞ୍ଚଙ୍କ ଭାଇଙ୍କୁ ଗିରଫ୍ କରୁନି ପୋଲିସ । ଏଭଳି ପାଟକୁରା ଆଇ ଆଇ ଷିଙ୍କ କାର୍ଯ୍ୟ କଳାପକୁ ନେଇ ସାଧାରଣରେ ସନ୍ଦେହ ଘନି ଭୂତ ହୋଇଛି । ପୋଲିସ୍ ଆଉ ସରପଞ୍ଚଙ୍କ ଭିତରେ କିଛି ବଡ ଅଙ୍କର ଡ୍ରିଲ୍ ହୋଇନିତଃ । ନହେଲେ ଆଜି ପର୍ଯ୍ୟନ୍ତ ଅଭିଯୋଗ ହେବାର ଦୀର୍ଘ ଏକମାସ ବିତି ଯାଇଥିଲେ ମଧ୍ୟ କାହିଁକି ପାଟକୁର ପୋଲିସ ଗରିବ ମହିଳାଙ୍କୁ ନ୍ୟାୟ ଦେବାରେ କରୋନା ରୋଗର ଆଳଦେଖାଇ ହଇରାଣ କରୁଛି । ତେବେ ଆସନ୍ତୁ ସିଧା ସଳଖ ଶୁଣିବା ଅଭିଯୋଗ କାରିଣୀଙ୍କ ମୁହଁରୁ କଣ ପ୍ରତିକ୍ରିୟା ରଖୁଛନ୍ତି ଧାରଣାରେ ବସିଥିବା ବା ଅଭିଯୋଗ କାରିଣୀ । ତେବେ ଚାଲନ୍ତୁ ନା ତାଙ୍କୁ ପଚାରି ବୁଝିବା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here