ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯିବ: 5ଟି ସଚିବ ଭି.କେ.ପାଣ୍ଡିଆନ୍

ଭୁବନେଶ୍ୱର: ରାଜ୍ୟରେ ମେଧାବୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଆଦର୍ଶ ବିଶ୍ୱବିଦ୍ୟାଳୟ ଯୋଜନା ପରିକଳ୍ପନା କରାଯାଇଥିଲା ଓ ସଫଳତାର ଏହି କାର୍ଯ୍ୟକ୍ରମ ରାଜ୍ୟରେ ଜାରି ରହିଛି । ଏହି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହା ମେଧାବୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସହାୟତା କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ପରି ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷାକୁ ସର୍ବାଗ୍ରେ ପ୍ରାଥମିକତା ଦେଇ ଆସିଛନ୍ତି । ଏହି କ୍ରମରେ ଉକ୍ତଧାରାକୁ ଆଉଟିକେ ଆଗକୁ ନେବାକୁ ଅଣ୍ଟା ଭିଡିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ନୂଆକରି ନିଆଯିବାକୁ ଥିବା ପଦକ୍ଷେପ ବିଷୟ କୁ ନେଇ ପ୍ରାୟ ୩ ଘଣ୍ଟା ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ମତାମତକୁ ଆଧାର କରି ଏପରି ଏକ ନିଆରା ପଦକ୍ଷେପ ନେବାକୁ ସ୍ଥିରକଲେ। ଏହି ଶିକ୍ଷା ବିପ୍ଲବ ରାଜ୍ୟରେ ମେଧା ଗଠନ ସଶକ୍ତ ଭାବେ ସହାୟକ ହେବ ବୋଲି ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି ।

ଏଣିକି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ଦେବା ପାଇଁ ଆଗ୍ରହୀ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରୁ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଆବେଦନ ଆମନ୍ତ୍ରଣ କରିଛି । ଆଗ୍ରହୀ ପ୍ରଶିକ୍ଷକଗଣ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଡେପୁଟେସନ କିମ୍ବା ଅତିରିକ୍ତ ଦାୟିତ୍ୱରେ ଆସି ବିଭିନ୍ନ ବିଷୟରେ ଶିକ୍ଷା ଦେଇ ପାରିବେ । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here