ପୁଣି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କ ମଧ୍ୟରେ ତେଜିଲା ବିବାଦ ।

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମାନ୍ୟବର ସାଂସଦଙ୍କ ନାମରେ ଡୋମେଷ୍ଟିକ୍ ଭାଉଲେଟିଂଗ୍ ଆକ୍ଟ୍ ଅନୁଯାୟୀ ୧୩କୋଟି ଟଙ୍କାର ଭରଣ ପୋଷଣ ବାବଦକୁ ମାସିକ ଖର୍ଚ୍ଚ ୫୦ହଜାର ଟଙ୍କା ଏବଂ ଘରଭଡା ବାବଦକୁ ମାସିକ ୨୦ ହଜାର ଟଙ୍କା ଏବଂ ସେ ଅଭିନୟ କରିଥିବା ଚଳଚିତ୍ର ଗୁଡିକରେ ପାରିଶ୍ରମିକ ବାବଦକୁ ଆଉ ୨କୋଟି ଟଙ୍କା ଏମିତି ସର୍ବ ମୋଟ୍ ୧୫ କୋଟି ଟଙ୍କାର ଦାବି ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ଅଭିଯୋଗ ପତ୍ରରେ ଦର୍ଶାଇଥିବା ଜାଣିବାକୁ ମିଳିବା ପରେ ପରେ ଆହୁରି ମଧ୍ୟ ତାଙ୍କ ଧର୍ମପତ୍ନୀ ଗଣମାଧ୍ୟମ ଏବଂ ମାନ୍ୟବର ଅଦାଲତଙ୍କୁ ସେହି ଅଭିଯୋଗ ଫର୍ଦ୍ଦରେ ଦରଶାଇଛନ୍ତି ଯେ-ତାଙ୍କ ସ୍ୱାମୀ ଅଭିନେତା ଅନୁଭବ ମହାନ୍ତି ପ୍ରତିଦିନ ରାତି ହେଉକି ଦିନ ହେଉ ସବୁ ବେଳେ ପ୍ରଚୁର ମଦ୍ୟପାନ କରି ବା ମଦପିଇ ତାଙ୍କ ନିଜ ବେଡରୁମ୍ ଭିତରେ ତାଙ୍କ ମଦୁଆ ସାଂଗ ମାନଙ୍କ ସହିତ ମିଶି ଯେଉଁ ଭଳିଭାବେ ଅତ୍ୟନ୍ତ ନୃରସଂଶ ଭାବରେ ଅତି କଦର୍ଯ୍ୟ ବା ଅଶୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହିତ ଆହୁରି ମଧ୍ୟ ସାଂଗମାନଙ୍କ ସହିତ ମିଶି ତାଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ବା ନିର୍ଯ୍ୟାତନା ଦୀର୍ଘ ୬ବର୍ଷ ଧରି ଦେଇ ଆସୁଥିଲେ । ଏବଂ ତାଙ୍କର ବା ମାନ୍ୟବର ସାଂସଦଙ୍କର ଏକଧିକ ନାରୀଙ୍କ ସହିତ ଯେଉଁ ସଂମ୍ପର୍କ ରହିଛି । ଏସବୁ ବିଷୟରେ ଜାଣିବା ପରେ ତାଙ୍କ ପତ୍ନୀ ବର୍ଷା ଏସବୁକୁ ସହ୍ୟ ନକରି ପାରି ତାଙ୍କ ଧର୍ମପତ୍ନୀ ଯେଉଁଭଳି ଭାବରେ ନ୍ୟାୟ ଟିକକ ପାଇଁ ମାନ୍ୟବର କୋର୍ଟ ବା ଅଦାଲତ କଟକ ଏସଡିଜେଏମଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ନିନ୍ଦନୀୟ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ୍ୱର ବେହେରାଙ୍କ ସମେତ ବିରୋଧି ଦଳର ନେତା ତଥା ରାଜ୍ୟ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ,କଂଗ୍ରେସର ଜିଲ୍ଲା ମୂଖ୍ୟ ଆଇନଜିବୀ ଶ୍ରୀଯୁକ୍ତ ବିଦୁଭୂଷଣ ମହାପାତ୍ର ଏବଂ କେନ୍ଦ୍ରାପଡା ଅଞ୍ଚଳବାସୀ ବା ସାଧାରଣ ଜନତା ଗଣ ମାଧ୍ୟମକୁ କଣ ଏବଂ କିପ୍ରକାର ସୂଚନା ଦେଉଛନ୍ତି ଆସନ୍ତୁ ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।

ଆଇନଜିବୀ ବିଦୁଭୂଷଣ ମହାପାତ୍ର, କେନ୍ଦ୍ରାପଡା।

ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ, (ରାଜ୍ୟ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ )
ଉପୀନ କୁମାର ରାଉତ (ବିଜେପି ଜିଲ୍ଲା ଭାଇସ୍ ପ୍ରେସିଡେଣ୍ଟ)
କେନ୍ଦ୍ରାପଡା ଅଞ୍ଚଳବାସୀ
କେନ୍ଦ୍ରାପଡା ଜିଲ୍ଲାବାସୀ
କେନ୍ଦ୍ରାପଡା ଜିଲ୍ଲାବାସୀ

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସ ଏବଂ ଦିଲ୍ଲୀପ୍ ଦାସ୍ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here