ପାହାଡି ଚିତା ଓ ପିଏଲଏଫଆଇର ୨ ପ୍ରମୂଖ ସଦସ୍ୟ ଗିରଫ , ୭ ଟି ପିସ୍ତଲ , ଜୀବନ୍ତ ଗୁଳି ସମେତ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ : ସୁନ୍ଦରଗଡ଼

ସୁନ୍ଦରଗଡ଼: ଚୋରର ରାତି ସବୁବେଳେ ଅନ୍ଧାର ନ ଥାଏ । କେବେ ନା କେବେ ସେ ଉଜ୍ଜ୍ବଳକୁ ଆସେ । ରାଏବଗା ଥାନା ପୋଲିଶକୁ ମିଳିଛି ବଡ ସଫଳତା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୁନ୍ଦରଗଡ ଏସ ପି ସାଗରୀକା ନାଥ ରାଏବଗା ଥାନା କର୍ମଚାରୀଙ୍କୁ ନେଇ ଏକ ଦଳ ଗଠନ କରିଥିଲେ । ପରେ ଏହି ଘଟଣା ବିଷୟରେ ଗୁପ୍ତଚର ବିଭାଗରୁ ମଧ୍ୟ ସୂଚନା ପାଇଥିଲେ ଏସ ପି ମେଡମ । ଉକ୍ତ ପୋଲିଶ ଦଳରେ ସିଏଏସଆଇ ସୂନ୍ଦରମଣି ନାଏକ , ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ , ବିଶି କାଲୋ ଓ ସୁନୀତା ମାଝି ସାମିଲ ହେବା ସହ ସଂପୂର୍ଣ୍ଣ ଭାବେ ସଜାଗ ହୋଇ ପହଞ୍ଚିଲେ କାଦୋବାହାଲ ଗ୍ରାମର ରାଜୁ କିଣ୍ଡୋର ଘରକୁ । ସେଠାକୁ ଯାଇ କହିବାରୁ କବାଟ ଖୋଲିନ ଥିଲେ କେହି ପରେ ଅତି ଯୋର ଦେଇ ବାଧ୍ୟ କରିବାରୁ ପୂର୍ବରୁ ନିଜର ସୂରକ୍ଷା ବ୍ୟବସ୍ତା କରି କବାଟ ଖୋଲିବା କ୍ଷଣି ଏକ ଦୁଇଗୁଳି ଥିବା ପିସ୍ତାଲରୁ ଫାୟାର କରିଥିଲା ରାଜୁ ଯାହା ସିଏସଏଆଇ ସୁନ୍ଦରମଣି ନାଏକଙ୍କ ମୁଣ୍ଡ ପାଖରୁ ବାହାରକୁ ବାହାରି ଯାଇଥିଲା । ସଙ୍ଗେ ସଙ୍ଗେ ପୁଲିଶ ଦଳ ରାଜୁ ମୁହଁକୁ ଟର୍ଚ୍ଚ ଲାଇଟ ମାରିବା ସହ ତାରି ଘରେ ଥିବା ଆଉଜଣେ ସହଯୋଗୀ ସୁନାମୁନ ସାହୁ( ୪୫) ଓ ରାଜୁ କିଣ୍ଡୋ( ୩୮) କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ଧରିବାପରେ ରାଜୁର ଧରୁ ଦେଶୀ ପିସ୍ତଲ ୭ ଟି ୨ ଟି ଜୀବନ୍ତ ଗୁଳି ସମେତ ନଗଦ ରାଶି ୪ ଲକ୍ଷ ୮୧ ହଜାର ୫୦୦ ଟଙ୍କା ଜବତ କରିଥିଲେ । ରାଜୁ କିଣ୍ଡୋ ପ୍ରଥମେ ପାହାଡି ଚିତା ଦଳରେ ଥିଲା । ପରେ ଝାରଖଣ୍ଡ ରାଜ୍ୟର ପିଏଲଏଫଆଆ ଦଳର ମୁଖ୍ୟ ଜୟାଧର ପୋଲିଶ ଏନକାଉଣ୍ଟରରେ ମରିବାପରେ ରାଜୁ ଝାରଖଣ୍ଡ ରାଜ୍ୟରେ ପିଏଲଏଫଆଇ ବାଦସାହା ଦଳରେ ସାମିଲ ହୋଇଥିଲା । ବିରମିତ୍ରପୁର ଥାନା ବ୍ୟତୀତ ରାଏବଗା ଥାନାରେ ବିଭିନ୍ନ ପ୍ରକାରର ହତ୍ୟା , ରାହାଯାନି , ଆର୍ମସ ଆକ୍ଟ ଲାଗି ଥିବା ସଙ୍ଗୀନ ମାମଲାରେ ଜଡିତ ଥିବା ନେଇ ରାଜୁ କିଣ୍ଡୋ ନାମରେ ଉଭୟ ଥାନାରେ ବହୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ ଏସପି ସମସ୍ତ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here