ଆସନ୍ତାକାଲି ପାଳିତ ହେବ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ

ପୁରୀ- ତା. ୧୮.୦୯.୨୦୨୦-  ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଆସନ୍ତାକାଲି ପାଳିତ ହେବ । ଜିଲ୍ଲାରେ ୫୧ଟି ସ୍ଥାନରେ ଏକ ସଙ୍ଗରେ ସକାଳ ୫ରୁ ୬ ଘଟିକା ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୁରୀ ପୌରସଂସ୍ଥା ଅଧିନସ୍ଥ ହୋଟେଲ ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ୧୦ ଟି ସ୍ଥାନ, କୋଣାର୍କରେ ୧୦, କୃଷ୍ଣପ୍ରସାଦର ୧୧, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଓ କାକଟପୁରର ପ୍ରତ୍ୟେକ ୫ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିନିମନ୍ତେ ଜିଲ୍ଲପାଳ ଶ୍ରୀ ବଲୱନ୍ତ ସିଂ ସଂପୃକ୍ତ ବିଡିଓ ମାନଙ୍କୁ  ଦାୟିତ୍ବ ଦେଇଛନ୍ତି । ପ୍ରତ୍ୟେକ ସ୍ଥାନରେ ୧୦ ଜଣ ସ୍ବେଚ୍ଛାସେବୀ ଓ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ ଦିଆଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସଫେଇ ସମୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ବର୍ଷ ସେପ୍ଟମ୍ବର ମାସ ତୃତୀୟ ଶନିବାର ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ ହେଉଛି । ବେଳାଭୂମି ଓ ସମୁଦ୍ରର ସୁରକ୍ଷା ଏବଂ ସଫେଇ ଦିଗରେ ସଚେତନତା ଲୋଡି ଏହି ଦିବସ ପାଳନ କରାଯାଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here