ସରପଞ୍ଚଙ୍କ ଭାଇଙ୍କୁ ତୁରନ୍ତ ଗିରଫ୍ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ।

ଆଜି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ବିଲବଳରାମପୁର ଗ୍ରାମର କେଳୁଚରଣ ବେହେରାଙ୍କ ଝିଅ ଖୁଲଣା ବେହେରା ଆଇତିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବଡଭାଇ ସୂର୍ଯ୍ୟ କାନ୍ତ ବେହେରାଙ୍କ ବିରୋଧରେ ଇନ୍ଦୀରା ଆବାସ ଯୋଜନାରେ ସରପଞ୍ଚ ପଠାଇଛନ୍ତି ୫ହଜାର ଟଙ୍କା ଦେ ଘର କରାଇଦେବାକୁ କହି, ଖୁଲଣାଙ୍କଠାରୁ ୫ହଜାର ଟଙ୍କା ନେଇ ଘର ନକରାଇ ଦେବାରୁ ଖୁଲଣା ସୂର୍ଯ୍ୟକାନ୍ତଙ୍କୁ ଏବଂ ସରପଞ୍ଚଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସରପଞ୍ଚଙ୍କ ସମେତ ସରପଞ୍ଚଙ୍କ ଭାଇ ସୂର୍ଯ୍ୟ କାନ୍ତ ଖୁଲଣାକୁ ଅଶୀଳ ଭାଷାରେ ଗାଳି ଗୁଲଜ୍ କରିବା ସହିତ ଜୀବନରୁ ମାରି ଫୋପାଡି ଦେବାକୁ କହିବାରୁ । ଖୁଲଣା ପାଟକୁରା ଥାନା ଅଧିକାରୀଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପାଟକୁରା ପୋଲିସ୍ ଆଇ ଆଇ ସିଙ୍କ ସମେତ ସାହୁବାବୁ ନାମକ ପୋଲିସ ଖୁଲଣାଙ୍କ କଥା ନବୁଝି, ଆଜି ଆସ କାଲି ଆସ କହି ଦିନ ପରେ ଦିନ ଗଡାଇ ଚାଲିଥିବା ଏବଂ ଖୁଲଣା ଭଳି ଜଣେ ସ୍ୱାମୀ ପରିତିକ୍ତା ଅସହାୟ ମହିଳାଙ୍କୁ ନ୍ୟାୟ ନଦେବା ପ୍ରତି ବାଦରେ ପାଟକୁରା ପୋଲିସ୍ ଏବଂ ସରପଞ୍ଚଙ୍କ ଭାଇକୁ ତୁରନ୍ତ ଗିରଫ୍ କରିବା ଦାବିରେ ଆସନ୍ତା କାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣାରେ ବସିବା ପାଇଁ  ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here