ଗ୍ରାମ ବାସୀଙ୍କ ବିରୋଧ ସତ୍ତ୍ଵେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ :

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର କୁତ୍ରା ବ୍ଳକ ରେ ନିର୍ମାଣ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟକୁ ସ୍ଥାନୀୟ କିଛି ଲୋକଙ୍କ ବିରୋଧ ଯୋଗୁଁ ୩ ବର୍ଷ ଧରି ଝୁଲି ରହିଥିଲା। ଆଜି ବୁଡାକଟା ଗ୍ରାମ ବାସୀଙ୍କ ବିଦ୍ୟାଳୟ ନିର୍ମାଣ କୁ ବିରୋଧ ସତ୍ତ୍ଵେ ଜିଲ୍ଲା ସ୍ତରୀୟ ପ୍ରାସାସନିକ ଓ ପୋଲିଶ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଲୋକଙ୍କ ବିରୋଧ କୁ ଦୃଷ୍ଟି ରେ ରଖି ସେଠାରେ ୪ ପ୍ଲାଟନ ଫୋର୍ସ ପୋଲିଶ ମୁତୟନ ହୋଇଛନ୍ତି।ଗତ ଫେବୃଆରୀ ମାସରେ ଵୁଡାକଟାରେ ଥିବା ୮.୫୦ ଏକର ସରକାରୀ ଜମି ରେ ପ୍ରାସାସନ ଓ ପୋଲିଶ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ କିଛି ଆଦିବାସୀ ମହିଳା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ କାର୍ଯ୍ୟ ବନ୍ଦ କରିଥିଲେ। ପ୍ରଶାସନ ତରଫରୁ ଆଜି ପୁଣି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ବିରୋଧ କୁ ଦୃଷ୍ଟି ରେ ରଖି ନିର୍ମାଣ ସ୍ଥଳରେ ଉପଜିଲ୍ଲାପାଳ, କୁତ୍ରା ତହସିଲଦାର, ବଡ଼ଗାଁ ତହସିଲଦାର, ରାଜଗାଙ୍ଗପୁର ଏସଡିପିଓ, ରାଜଗାଙ୍ଗପୁର ତହସିଲଦାର, କୁତ୍ରା ଥାନା ଅଧିକାରୀଙ୍କ ଉପସ୍ଥିତିରେ ୪ ପ୍ଲାଟୁନ ଫୋର୍ସ ପୋଲିଶ ମୁତୟନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ଏପରିକି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ମଧ୍ୟ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ। ହେଲେ କାର୍ଯ୍ୟ କୁ ବିରୋଧ କରୁଥିବା ଆଦିବାସୀ ଲୋକ ଓ ପୋଲିଶ ଅଧିକାରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ହୋଇଥିଲା ଶେଷରେ ପ୍ରଶାସନ ଓ ପୋଲିଶ ଫୋର୍ସ ଆଗରେ ବିରୋଧୀ ଚୁପ୍ ପଡ଼ିଥିଲେ ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ପଶ୍ଚିମ ଓଡ଼ିଶା ସଂପାଦକ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here