ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା।୨୦୨୮ ଉଚ୍ଚ ମାଧ୍ୟମିକ ସ୍କୁଲର ୪ଲକ୍ଷ ୫୩ହଜାର ୬୪୩ସିଟରେ ହେବ ନାମ ଲେଖା।

୨-ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିିବଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍,ସହାୟତା ପାଇଁ ୧୧ଶହ କୋଟି ଦାବି କଲା ରାଜ୍ୟ।

୩-ଟୁଇନ ସିଟିରେ କୋଭିଡ ମୁକାବିଲା ନେଇ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, କଟକଣାକୁ ଅଧିକ କଡାକଡି ଭାବରେ ପାଳନ କରିବା ନେଇ ନିଷ୍ପତି।

୪-ରାଜଧାନୀରେ ଅଭାବନୀୟ ଘଟଣା:ମା’କୁ ପିଟି ପିଟି ମାରିଦେଲେ ଦୁଇ ନାବାଳକ।

୫-‘ଅନେକ ଶିକ୍ଷିତ ଲୋକ ମଧ୍ୟ ମାସ୍କ ପିନ୍ଧୁ ନାହାଁନ୍ତି, ନିୟମ ନମାନିଲେ ବଢାଯିବ ଜରିମାନା ରାଶି’- ପୋଲିସ କମିଶନର।

୬-କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତର ଅଭାବ ପୂରଣ କରିଛି ସୋଲାର ଲାଇଟ୍,ଯାହା ଦ୍ଵାରା ଉପକୃତ ସୋଇପାରିଛନ୍ତି ପାଖାପାଖି ୫ଲକ୍ଷ ଲୋକ।

୭-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି, ରାଜ୍ୟରୁ ଆଉ ୪୨୪୧ ନୂଆ ଆକ୍ରାନ୍ତ ଚିହ୍ନଟ।

୮-ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣା: ଦେଶରେ ଉତ୍ତରପ୍ରଦେଶ ପ୍ରଥମ, ଦ୍ବିତୀୟ ସ୍ଥାନରେ ଓଡ଼ିଶା।

୯-ଅନ୍‌ଲକ୍‌ ପରବର୍ତ୍ତୀ ବଜାର ସ୍ଥିତି; ଚାରିଆଡେ କରୋନା ମାଡ଼ ତେଜରାତିଠାରୁ ପନିପରିବା ସବୁ ମହଙ୍ଗା, ଚିନ୍ତାରେ ଖା​‌ଉଟି ଆଉ ବ୍ୟବସାୟୀ।

୧୦-୭୦ବର୍ଷରେ ପାଦ ଥାପିଲେ ମୋଦି,ଦେଶ ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ।

୧୧-ଆମେରିକୀୟ ନାଗରିକଙ୍କୁ ମିଳିବ ମାଗଣା ଟିକା, ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here