କ୍ଷେତରୁ ମିଳିଲା ଅଜଣା ବ୍ଯକ୍ତି ର ଶବ, ହତ୍ୟା ଆଶଙ୍କା

ସୁନ୍ଦରଗଡ଼: ପରିତ୍ୟକ୍ତ ଅବସ୍ଥା ରେ କ୍ଷେତରେ ପଡିଥିଲା ଏକ ଅଜଣା ଶବ । ସ୍ଥାନୀୟ ବାସିନ୍ଦା ନିଜ କ୍ଷେତକୁ ଯିବା ବେଳେ କେହି ମରି ପଡି ଥିବା ଦେଖି ହାତୀବାରୀ ପୋଲିଶ କୁ ସୂଚନା ଦେଇଥିଲେ l ଘଟଣା ଟି ଘଟିଛି କରଡେଗା ଅଞ୍ଚଳରେ I ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କରଡେଗା ପଞ୍ଚାୟତ ସ୍ଥିତ ଗୋଲେଇ ଛକ ପାଖ କ୍ଷେତରେ ପଡିଥିଲା ଏକ ଅଜଣା ବ୍ୟକ୍ତିଙ୍କ ଶବ l ଖବର୍ ପାଇ ହାତୀବାରୀ ଥାନା ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ପରିଚୟ ପାଇଁ ଡାକିଥିଲେ l କିନ୍ତୁ ଶବର ଅବସ୍ଥା କୁ ଦେଖି ଉପସ୍ଥିତ ଗ୍ରାମ ବାସୀ ଚିହ୍ନି ନ ଥିବା କହିଥିଲେ l ଏ ନେଇ ପୋଲିଶ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି l କୌଣସି ଆଡ଼େ ଉକ୍ତ ଅଜଣା ବ୍ଯକ୍ତି କୁ ହତ୍ୟା କରି ବିଳମ୍ବିତ ରାତିରେ କ୍ଷେତରେ ଫୋପାଡି ଦେଇଥିବାର ଆଶଙ୍କା କରାଯାଉଛି l ପୋଲିଶର ତଦନ୍ତ ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ପୋଲିଶ ମତ ବ୍ୟକ୍ତ କରିଛି l ହତ୍ୟା ର କାରଣ ଅସ୍ପଷ୍ଟ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here