ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ : ସୁନ୍ଦରଗଡ଼

ସୁନ୍ଦରଗଡ଼: ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ମଙ୍ଗଳା କିଷାନଙ୍କର ନେତୃତ୍ବରେ  ରାଜଗାଙ୍ଗପୁର ର ବିଭିନ୍ନ ସମସ୍ୟା କୁ ନେଇ ବିଜୁ ଜନତା ଦଳ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ତହସିଲଦାର କୁମାରୀ ରୀନା ନାୟକଙ୍କ ମାଧ୍ୟମରେ  ପ୍ରଦାନ କରାଯାଇଛି । ଡାଲମିଆ ସିମେଣ୍ଟ କାରଖାନା ରୁ ନିର୍ଗତ ବିଷାକ୍ତ ଗ୍ୟାସ ବନ୍ଦ । ଦ୍ଵିତୀୟ ରେ ବେକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କଳ କାରଖାନା ରେ ସ୍ଥାୟୀ ନିଯୁକ୍ତି  ।  ବିଜୁ ପଟ୍ଟନାୟକ ଛକ ନିକଟରେ ଅଣ୍ଡର ପାସ ନିର୍ମାଣ ପାଇଁ ତଥା କୋଭିଡ -୧୯ ସମୟରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ଏସଏଚଜି ମାଆ ମାନଙ୍କ ଠାରୁ ଜୋର ଜବରଦସ୍ତ ଋଣ ଆଦାୟ ନ କରିବା ପାଇଁଏହି ଦାବିପତ୍ର ପ୍ରଦାନ କରାଗଲା  । ସମସ୍ୟା ଓ ତାହାର ସମାଧାନ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ  । ସମସ୍ୟା ଆସିବ, ତାହାର ସମାଧାନ ବି ଆସିବ  । ସମସ୍ୟା ର ସମାଧାନ ପାଇଁ ଆମେ ସଦା ସର୍ବଦା ପ୍ରସ୍ତୁତ  ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here