ବନ୍ୟା ବିପନ୍ନଙ୍କ ଦୁଃଖ ପାଲଟିଲା ଗହଗା ପାଟ । କେନ୍ଦ୍ରାପଡା

 କେନ୍ଦ୍ରାପଡା: ଗତକାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନସନରେ ବସିଲେ ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଚାଷୀ ବୃନ୍ଦ । ଗହଗା ପାଟରେ ଏବର୍ଷ ଯେତିକି ଅଦିନିଆଁ ଲଘୁଚାପ ବର୍ଷା ଜଳରେ ହଜାର ହଜାର ଚାଷଜମୀ ଜଳମଗ୍ନ ବା ବୁଡି ରହିବା ଦ୍ବାରା, କରାଯାଇଥିବା ଧାନଚାଷ ପଚୀସଢୀ ସବୁ ନଷ୍ଟ ହେଲା। ସେତିକି ବନ୍ୟାଜଳ ପଶି ମଧ୍ୟ ଲୋକମାନଙ୍କର ଚାଷଜମି ସହିତ ଧନ ଜୀବନକୁ ମଧ୍ୟ ବିପ୍ନକରି ପକାଇଲା ଦୁଇ ନଦୀରେ ଆସିଥିବା ଚଳିତ ବର୍ଷର ବନ୍ୟାପାଣି । ଏକ ରକମ ଦେଖିବାକୁ ଗଲେ ଫସଲତଃ ସବୁ ଉଜାଡି ଦେଲା ବନ୍ୟାଜଳ ଆଉ ଉଜୁଡି ଗଲା ଚଷା ପୁଅର ଭାତ ହାଣ୍ଡି । ବ୍ୟାଙ୍କରୁ ଋଣଆଣି ଧାରେ କରଜ କରି ଯେଉଁ ଚାଷଟିକକ କରିଥିଲା । ପିଲାଙ୍କ ମୁହଁରେ ଦାନାଟିକକ ଦେବା ପାଇଁ  ବା ହସଟିକକ ଫୁଟାଇବା ପାଇଁ ତାହାତ ମୂଳରୁ ଗଲା । ସେତକ ତଃ ବନ୍ୟା ଜଳରେ ନଷ୍ଟ ଭ୍ରଷ୍ଟ ହୋଇଯିବା ପରେ । ହତାସ ହୋଇ ମୁଣ୍ଡରେ ହାତଦେଇ ବସିଛି ଚଷାପୁଅ ବା ଚାଷୀଭାଇ । ଦଇବ ସାଜିଲା ଦାଉ ପରି ଅଦିନିଆ ବନ୍ୟାଜଳ ।

  ଏପର୍ଯ୍ୟନ୍ତ ନା ଜମିଗୁଡିକରୁ ବନ୍ୟାଜଳ ନିଷ୍କାସନ କରାଯିବାର ବ୍ୟବସ୍ଥା କରୁଛି ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର । ସତେ ଯେମିତି ଏଠି ସ୍ଥାଣୁ ପାଲଟି ଯାଇଛିନ୍ତି ପ୍ରଶାସନିକ ଅଧିକାରୀ ମାନେ । ଏପରିକି ବନ୍ୟା ଘେରରେ ଦୀର୍ଘ ୨୦ଦିନ କାଳ ଜଳବନ୍ଦୀ ଅବସ୍ଥାରେ ପିଲାଛୁଆଙ୍କୁ କିଟିମିଟି ଅନ୍ଧାର ରାତିରେ ସାପ ବେଙ୍ଗକୁ ଖାତିରି ନକରି ନିଜ ଛାତିରେ ଜାବୁଡି ଧରି ବହୁ ଦୁଃଖ କଷ୍ଟରେ ଜିବନ ଆଉ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ନାପହଞ୍ଚିଲେ ଆରାଇ,ବିଡିଓ କିମ୍ବା ତହସିଲଦାର ନା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ବାବୁମାନେ । କଣ ରହିଛି ଚାଷୀଙ୍କ ସମସ୍ୟା । କାହିଁକି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଚାଷୀ । କଣ କରୁଛି ଜିଲ୍ଲା ପ୍ରଶାସନ ଏବଂ ଏପର୍ଯ୍ୟନ୍ତ କାହିଁକି ବନ୍ୟା ଅଞ୍ଚଳରେ ବା କ୍ଷତିଗ୍ରସ୍ତ ଓ ବନ୍ୟା ବିପନ୍ନ ଲୋକମାନଙ୍କ ପାଖରେ ପହଞ୍ଚି ପାରିନି ରିଲିଫ୍ ସାମଗ୍ରୀ । ଏହା ପଛରେ କଣ ରହିଛି ସମସ୍ୟା ନା ଆଉକିଛି ରାଜନୀତି ଚାପ ନା ରାଜନେତାଙ୍କ ହାତ । ଆସନ୍ତୁ ସିଧା ସଳଖ ଶୁଣିବା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ଚାଷୀଭାଇ ମାନଙ୍କ ମୁହଁରୁ କଣ ପ୍ରତିକ୍ରିୟା ରଖୁଛନ୍ତି ସେମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here