ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧. ୪ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି: ସୁବର୍ଣ୍ଣରେଖା ଉପରେ ହେବ ବିଶାଳ ସେତୁ, ଖର୍ଚ୍ଚ ହେବ୧୩୮.୭୪ କୋଟି ।

୨. ରାଜ୍ୟରେ ନମୁନା ପରୀକ୍ଷା କମୁଛି, ୫୮ହଜାରରୁ ଖସି ୪୩ହଜାରରେ ପହଞ୍ଚିଲାଣି ।

୩. ଖୋର୍ଧା, କଟକ, ପୁରୀରେ ବଢ଼ୁଛି ସଂକ୍ରମଣ: ଦିନକରେ ୩୬୪୫ ଆକ୍ରାନ୍ତ, ୮ ମୃତ, ୩,୭୧୪ ସୁସ୍ଥ ।

୪. ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ ।

୫. ଆଞ୍ଚଳିକ ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କ ମଧ୍ୟରେ ଚିଠି ଯୁଦ୍ଧ, ଆଶା ଆଶଙ୍କାରେ ଇଗନୋ ପରୀକ୍ଷା ।

୬. ଥମାସ୍‍ ଓ ଉବେର କପ୍‍ ଆସନ୍ତାବର୍ଷକୁ ସ୍ଥଗିତ ।

୭. ଓଡ଼ିଶାରେ କାମଧନ୍ଦା ନ ପାଇ ଗୁଜୁରାଟ ଫେରିଲେ ପ୍ରବାସୀ ଶ୍ରମିକ ଆସ୍କା ସୂତା କଳ ଓ ଟି ଏମ୍‌ ଖୋଲିବାକୁ ସମାଜବାଦୀ ପାର୍ଟିର ଦାବି ।

୮. ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ 12 କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ।

୯. ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ।

୧୦. ପୁଲୱାମାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-ବଦରର ୨ ଆତଙ୍କବାଦୀ ଗିରଫ ।

୧୧. ଭାରତ-ଚୀନ୍ ବିବାଦର କଚ୍ଚା ଚିଠା ଖୋଲିଲେ ପ୍ରତିରକ୍ଷା ମନ୍ତ୍ରୀ । ସଂସଦରେ ରାଜନାଥ ସିଂହ କହିଲେ, ଏଯାଏଁ ହୋଇନି ସୀମା ବିବାଦର ସମ୍ପୂର୍ଣ୍ଣ ସମାଧାନ, ୫ମାସ ହେଲା ଚୀନକୁ କଡା ଜବାବ ଦେଉଛି ଭାରତୀୟ ସେନା ।

୧୨. କନ୍ଧମାଳରେ ପୁଣି ପୁଲିସ୍- ମାଓବାଦୀ ମୁହାଁମୁହିଁ ।

୧୩. ଭିମ୍‌ସାରରେ ସିକଲ୍‌ ସେଲ୍ ସ୍ଥାପନ ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି

୧୪. ନଭେମ୍ବରରେ ଚୀନ୍‌ ପାଇଯିବ କୋଭିଡ୍‌ ଟିକା ।

୧୫. ପ୍ରଥମ ବଲ୍‌ରେ ଟେଷ୍ଟ୍ ୱିକେଟ୍ ନେବାରେ ପ୍ରଥମ ଭାରତୀୟ, ନୀଲେଶଙ୍କ ଐତିହାସିକ ସଫଳତା ପଛରେ ସଚିନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here