କଂଗ୍ରେସ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ରାଉରକେଲାର ଉଦିତନଗର ଛକ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜର୍ଜ ତ୍ରିକୀ ଅଧ୍ୟକ୍ଷତା କରିଥିଲେ । ତାଙ୍କ କହିବା ଅନୁଯାୟୀ ରାଉରକେଲାର ବହୁତ ଗୁଡ଼ିକ ରାସ୍ତା ଦୃରାବସ୍ତା ହୋଇ ପଡ଼ିଛି । ଏଥିପ୍ରତି ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲାର ସାଂସଦ ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ହୋଇଥିବାବେଳେ ମହାନିଗର ନିଗମ ,ରାଉରକେଲା ସ୍ମାର୍ଟସିଟି ମିଶନ , ରାସ୍ତା ଓ ଗୃହ ନିର୍ମାଣ ବିଭାଗ ରାଉରକେଲା ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କର ପରୁଆ ନାହିଁ । ଏହି ସଂସ୍ଥା ଗୁଡ଼ିକ ମଧ୍ୟରେ ସାମାନ୍ୟତମ ସମନ୍ୱୟ ନ ରହିବା ଯୋଗୁଁ ଆଜି ସହରର ରାସ୍ତାଘାଟ ଏପରି ଅବହେଳିତ ଅବସ୍ଥାରେ ପଡିରହିଛି । ଶେଷରେ ଶ୍ରୀଯୁକ୍ତ ତିର୍କୀ କହିଥିଲେ ,ଯଦି ସାତ ଦିନ ମଧ୍ୟରେ ପ୍ରଶାସନ ପଦକ୍ଷେପ ନ ନିଆଯାଏ , କଂଗ୍ରେସ ତରଫରୁ ରାସ୍ତାରୋକ ଆନ୍ଦୋଳନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିରେନ ସେନାପତି , ଦେବ ବିହାରୀ , କୌଳସ ସାହୁ ପ୍ରମୁଖ ଯୋଗ ଦେବା ସଙ୍ଗେ ସଙ୍ଗେ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here