ଆସିଲା ଦୁର୍ଗାପୂଜା ପାଇଁ ସରକାରଙ୍କ ପକ୍ଷରୁ ଆଦେଶନାମା

ଦୁର୍ଗାପୂଜା ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦେଶନାମା ଜାରି କରାଯାଇଛି । ଆଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଏହି ଆଦେଶନାମାକୁ ଚଳିତ ବର୍ଷ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ତଥା ଅନ୍ୟପୂଜା ସମୟରେ ପାଳନ କରିବାକୁ କୁହାଯାଇଛି । ଆଦେଶନାମା ଅନୁସାରେ ପୂଜା ପାଇଁ ଉଦ୍ୟୋକ୍ତାମାନଙ୍କୁ ଜିଲ୍ଲାପାଳ କିମ୍ବା କମିଶନରଙ୍କ ପାଖରୁ ଅନୁମତି ନେବାକୁ ପଡ଼ିବ । ବିନା ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମରେ ପୂଜା ଇନ୍‌ଡେ଼ାର୍‌ ପ୍ରୋଗ୍ରାମ ଭଳି ଆୟୋଜନ ହେବ । ପୂଜାମଣ୍ଡପଗୁଡ଼ିକ ତିନି ସାଇଟ୍‌ରୁ ବନ୍ଦ ରହିବ । ଚତୁର୍ଥ ସାଇଟ୍‌ ବି ସଂପୂର୍ଣ୍ଣ ଖୋଲା ରହିବ ନାହିଁ । ୪ ଫୁଟ୍‌ ଭିତରେ ମଣ୍ଡପକୁ ଯିବା ପାଇଁ ରାସ୍ତାଟିଏ ରହିବ, ଯେଉଁ ରାସ୍ତା ସାଧାରଣ ଜନତାଙ୍କ ଦର୍ଶନ ପାଇଁ ମଧ୍ୟ ଉଦ୍ଦିଷ୍ଟ ନଥିବ । ଜନସାଧାରଣଙ୍କୁ ଉଦ୍‌ବୋଧିତ କରିବା ଭଳି କୌଣସି ବ୍ୟବସ୍ଥା ରହିବ ନାହିଁ । କୌଣସି ବି ପୂଜା ସମୟରେ କର୍ତ୍ତା, ପୂଜକ ତଥା ଅନ୍ୟମାନଙ୍କ ସହ ୭ ଜଣଙ୍କଠୁ ଅଧିକ ପୂଜାମଣ୍ଡପରେ ରହିପାରିବେ ନାହିଁ । ଯେଉଁମାନେ ପୂଜା ମଣ୍ଡପରେ ରହିବେ ସେମାନେ ସମସ୍ତ ପ୍ରକାର କୋଭିଡ-୧୯ ଆଇନ ପାଳନ କରିବେ । ଏପରିକି ଭଷାଣୀ ଶୋଭାଯାତ୍ରାକୁ ମଧ୍ୟ ନିର୍ଦ୍ଦେଶନାମାରେ କଟକଣାଯୁକ୍ତ କରାଯାଇଛି । କୌଣସି ଶୋଭାଯାତ୍ରା ହୋଇପାରିବ ନାହିଁ । ସ୍ଥାନୀୟ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଆର୍‌ଟିଫିସିଆଲ୍‌ ପୋଖରୀରେ ମୂର୍ତ୍ତି ଭଷାଣୀ ହେବ । ପୂଜା ସମୟରେ କୌଣସି ସାଂସ୍କୃତିକ କିମ୍ବା ଅନ୍ୟ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିବାନାହିଁ । ରାଜ୍ୟର ସମସ୍ତ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅଧିକାରୀ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ ପାଇଁ ମଧ୍ୟ କୁହାଯାଇଛି । ତେବେ ନିୟମ ଉଲଂଘନ ହେଲେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସ୍ପଷ୍ଟ କରାଯାଇଛି । ସାମୁହିକ ଭାବେ ଦେଖିବାକୁ ଗଲେ କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯିବ, ଯେଉଁଥିରେ ସାଧାରଣ ଲୋକେ, ଭକ୍ତ, ଶ୍ରଦ୍ଧାଳୁ ଭାଗ ନେଇ ପାରିବେ ନାହିଁ । ଜନସାଧାରଣଙ୍କ ଗହଳିକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here