ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ସେପ୍ଟେମ୍ବର ୨୮ ତାରିଖଯାଏ ଋଣ ପରିଶୋଧ ସ୍ଥଗିତ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ,ଋଣ ସୁଧ ଉପରେ ସୁଧ ଲାଗୁ ନ କରିବାକୁ ସରକାରଙ୍କୁ ନିର୍ଦେଶ।

୨-ଦଶହରା ‌ପୂଜା ପାଇଁ ଗାଇଡ୍‌ଲାଇନ୍: ମଣ୍ଡପରେ ରହିବେନି ୭ ଜଣରୁ ଅଧିକ, ପୂଜା ପରେ ଭସାଣି ଶୋଭାଯାତ୍ରା ମନା।

୩-ସ୍କୁଲ ଫି ଛାଡକୁ ନେଇ ବୈଠକରେ ସହମତି,୩୦% ପର୍ଯ୍ୟନ୍ତ କମିପାରେ।

୪-ଗାଙ୍ଗେୟ ପଶ୍ଚୀମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ।୧୩ରେ ଲଘୁଚାପ; ୧୨ରୁ ବର୍ଷା ସମ୍ଭାବନା।

୫-ଆସନ୍ତା ୨୯ରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା।

୬-ବର୍ଷା-ଅନୁଭବ ବିବାହ ବିବାଦ ପ୍ଯାଚ୍ ଅପ୍ ଉଦ୍ୟମ ଜାରି, ସାମାଜିକ କର୍ମୀ କଲେ ଉଭୟଙ୍କୁ କାଉନସେଲିଂ।

୭-ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍‍ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର।

୮-ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କଲେ ନୀତିଶ କୁମାର।

୯-ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଶେଷବର୍ଷ ପରୀକ୍ଷା କାର୍ଯ୍ୟସୂଚୀ ଜାରି।

୧୦-ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା,୨୦ ହଜାର କୋଟି ହେବ ନିବେଶ,୫୫ଲକ୍ଷ ଲକ୍ଷ୍ୟ ନିଯୁକ୍ତି ସମ୍ଭାବନା।

୧୧-ବରିଷ୍ଠ ଅଭିନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନୂତନ ସଭାପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି।

୧୨-‌କରୋନା କାଳରେ ଅକ୍ସିମିଟର ଓ ଥର୍ମୋମିଟର ଦୁର୍ନୀତି: ତଦନ୍ତ ଲାଗି ଏସଆଇଟି ଗଠନ କଲେ ଯୋଗୀ ସରକାର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here