ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ଧଳ(ଟୁଟୁ ଭାଇ)ଙ୍କ ଅକାଳ ବିୟୋଗ

ପଟ୍ଟାମୁଣ୍ଡାଇ: ଆଜି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିବା ଜଣେ ଟାଣୁଆଁ ନେତା ଓ ଆମୋୟିକ ବ୍ୟକ୍ତିତ୍ୱର ଅଧିକାରୀ ଓ ଏକାଧାରରେ ସ୍ନେହିଁ ଏବଂ ମେଳାବି ମଣିଷ ସ୍ୱର୍ଗତ ଅଶୋକ କୁମାର ଧଳ(ଟୁଟୁ ଭାଇ)ଙ୍କ ଅକାଳ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା,ମାନ୍ୟବର ସାଂସଦ କେନ୍ଦ୍ରାପଡା ଶ୍ରୀଯୁକ୍ତ ଅନୁଭବ ମହାନ୍ତି, ରାଜ୍ୟ ବିଜେଡି ସହସମ୍ପାଦକ ରାଜେଶ ପଣ୍ଡା ଏବଂ ଗୁଡୁଙ୍କ ସମେତ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ପାର୍ଥିବ ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ  ।

ଉପସ୍ଥିତ ସମସ୍ତ ରାଜନେତା ଏବଂ ବୁଦ୍ଧିଜିବୀ ତାଙ୍କ ଅମର ଆତ୍ମାର ସଦଗତୀ କାମନା ନିମନ୍ତେ ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସ୍ୱର୍ଗତ ଧଳଙ୍କ ପତ୍ନୀ ଏବଂ ତାଙ୍କର ବାହାରେ ରହୁଥିବା ଦୁଇ ପିଲାଙ୍କ ସହିତ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଇଶ୍ୱର ସହାୟ ହୁଅନ୍ତୁ ବୋଲି ବିଧାୟକ ଶ୍ରୀଯୁକ୍ତ ବେହେରା କହିଥିଲେ । ଅଶୋକ ଧଳଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ରାଜନୀତି ପାଇଁ ଏକ ଅପୂରଣୀୟ ବଡ କ୍ଷତି ହେଲା । ରାଜନୀତି କ୍ଷେତ୍ରରେ ଆଗାମୀ ଦିନରେ ନିଶ୍ଚିନ୍ତ ରୂପେ ତାଙ୍କ ସ୍ଥାନରେ ଏକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିବ ବୋଲି କହିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here