ତେଲବୋଝେଇ ଟ୍ରାଙ୍କର ଧକାରେ ୧ ମୃର୍ତ

ଆଜି କେନ୍ଦ୍ରାପଡା ଜିଲ୍ଲାର ଚଣ୍ଡିଖୋଲ୍ ପାରାଦୀପ୍ ଜାତୀୟ ରାଜପଥ (୫କ) ର ହାଲପୁର ଗଡା ନିକଟରେ ଏକ ତେଲବୋଝେଇ ଟ୍ରାଙ୍କର ଯାହାର ନମ୍ବର ହେଲା OD-02 AZ-9292, ମରଡପୁର ଗ୍ରାମର ବଳରାମ୍  ମଳିକଙ୍କ ସାନପୁଅ କିଶୋର କୁମାର ମଳିକ(ଟୁଟୁ) ବୟସ-୨୦ଙ୍କୁ ସକାଳ ୭ଘଟିକା ସମୟରେ ରାସ୍ତା ପାର ହେଉଥିବା ବେଳେ ସିଧି ସଳଖ ଧକାଦେବା ଫଳରେ ଟୁଟୁ ରାସ୍ତାକଡୁ ଛିଟିକି ପଡି ଗୁରତ୍ୱର କ୍ଷତବିକ୍ଷେତ ଏବଂ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତଳେପଡି ଛଟପଟ ହେଉଥିବା ବେଳେ ତାଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଟୁଟୁର ଅବସ୍ଥା ଅତ୍ୟନ୍ତ ଗୁରୂତ୍ୱର ହୋଇ ପଡିବାରୁ କଟକ ଏସିବି ମେଡିକାଲକୁ ବିଭାଗିୟ ଡାକ୍ତର ପଠାଇବା ପରେ ଟୁଟୁଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ନିଆଯାଉଥିବା ବେଳେ ବାଟରେ ଟୁଟୁଙ୍କର ମୃର୍ତୁ ହୋଇଯିବା ଖବର ପାଇ ମରଡପୁର ଓ ହାଲପୁର ଗ୍ରାମର ପ୍ରାୟ ଶତାଧିକ ଲୋକ ଦୃର୍ଘଟ୍ଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ଦ୍ୱାରା ଗାଡି ମଟର ଯାତାୟତରେ କିଛି ସମୟ ପାଇଁ ବ୍ୟାଘାତ୍ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ତୁରନ୍ତ ସଦରଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ୍ ପହଞ୍ଚି ଦୃର୍ଘଟ୍ଟଣା ଘଟାଇଥିବା ଗାଡିଟିକୁ ଜବତକରି ଥାନାରେ ଅଟକ ରଖିବା ସହିତ ଉତେକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧକାରୀ ମାନେ ରାସ୍ତାରୁ ନହଟିବାରୁ ପରିସ୍ଥିତି ଅଣ ଆୟତ ହୋଇ ପଡିବାରୁ ଲୋକମାନଙ୍କୁ ଘଉଡାଇବା ପାଇଁ ପୋଲିସକୁ ନାକେ ଦମ୍ ହେବା ସହିତ ଲାଠି ଚାଳନା କରିବାକୁ ପଡିଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇ କେନ୍ଦ୍ରାପଡା ତହସିଲଦାର ଶ୍ରୀମତୀ ହେମଲତା ବାହାଲିଆଙ୍କୁ ତୁରନ୍ତ ମୃର୍ତକଙ୍କ ପରିବାର ଲୋକଙ୍କୁ ଦଶ ହଜାର ଟଙ୍କା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେବାପରେ ପରେ ମୃର୍ତକଙ୍କ ପରିବାର ଲୋକଙ୍କ ପାଖରେ ତହସିଲଦାର ପହଞ୍ଚି ସରକାରୀ ରେଡକ୍ରସ୍ ଫଣ୍ଡରୁ ୧୦ ହଜାର ଟଙ୍କା କ୍ଷତିପୁରଣ ବାବଦକୁ ସାହାୟତା ରାଶି ସ୍ଥାନୀୟ ସରପଞ୍ଚ ଓ  ଥାନା ଅଧିକାରୀ ମାନଙ୍କ ଉପସ୍ଥିତରେ ପ୍ରଦାନ କରିବାପରେ ରାସ୍ତା ରୋକ୍ ସଦର ପୋଲିସ୍ ହଟାଇବାକୁ ସକ୍ଷମ ହୋଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ଏପଟେ ଟୁଟୁର ଶବ ବ୍ୟବଚ୍ଛେଦ କଟକ ମେଡିକାଲରେ କରାଯିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ତାର ମରଡପୁରସ୍ଥିତ ଗ୍ରାମକୁ ଅଣାଯାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଦେଖିବାକୁ ମିଳିଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here