କେନ୍ଦ୍ରାପଡା ରେ ଦୁଇମାସର ନବବଧୁକୁ ହତ୍ୟା ସନ୍ଦେହ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଦେଖିବାକୁ ମିଳିଥିଲା ଏକ ବଡ ଦୁଃଖଦ ଓ ହୃଦୟ ବିଦାରକ ଘଟଣା ବା ଦୃଶ୍ୟାବଳୀ । ୨ ମାସର ନବ ବଧୂଙ୍କର ମୃର୍ତୁ । ବାହାଘରକୁ ମାତ୍ର ଦୁଇ ମାସ ପୁରିନି । ହେଲେ ସଂସାର ଆରମ୍ଭ ହେବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଭଗବାନ୍ ସହିଲେନି ନିଜର ସୁଖ । ପାଦରୁ ଏପର୍ଯ୍ୟନ୍ତ ଲିଭିନି ଅଳତା, ମଥାରେ ଚମକୁଛି ସିନ୍ଦୁର,ପୁଣି ହାତରେ ଝିଲ୍ ମିଲ୍ ଦିଶିବା ସହିତ ଝୁମ୍ ଝୁମ୍ ଶବ୍ଦ କରୁଛି ନାଲି ଶଂଖା,ପାଦର ପାଉଁଜିର ରୁଣଝୁଣ ସବଦ୍ଧ ସତେ ଜେମିତି ସମସ୍ତଙ୍କୁ ହାତଠାରି କହୁଛି ମୋ ମୃର୍ତ୍ୟୁପାଇଁ ଦାୟୀକିଏ ? ଡାହାଣୀ ନା ମୋ ଶାଶୁଘର ଲୋକେ । ସଠିକ୍ କଥା କହିବ କିଏ । ସତେ ଯେମିତି ଲୀପ୍ସା ନିଘୋଡ ନିଦ୍ରାରେ ଶୋଇ ରହିଛି । କେହିବି ଦେଖିଲେ ନିଜକୁ ବିଶ୍ୱାସ କରିପାରିବନି ସତରେ ନବବଧୂଟିର ମୃର୍ତ୍ୟୁ ହୋଇଯାଇଛି । ଯେକେହି ଭାବିବେ ସତେ ଯେମିତି ନିଘୋଡ ନିଦ୍ରାରେ ଶୋଇ ରହିଛି ନବ ବଧୂଟି ଆଉ ତାର ମୁଣ୍ଡକୁ ଆଉଁସି ଦେଉଛି ‘ମା’ । —ହଁ ଆଜ୍ଞା ଆମେ କହୁଛୁ ଲିପ୍ସା ବା ଲୀପ୍ତିମୟୀ ସାହୁ(୨୨)ବର୍ଷଙ୍କ କଥା । ବାପଘର ଲକ୍ଷ୍ମୀନାରାୟଣ ପୁର, ବିବାହ କରିଥିଲେ ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ରାଜନଗର,ବେଲାରପୁର ମୂଳସାହି ଗ୍ରାମର ଶଶୁର ମହେନ୍ଦ୍ର ସାହୁଙ୍କ ପୁଅ ସ୍ୱାମୀ-ଭରତ କୁମାର ସାହୁଙ୍କୁ । ବାହାଘର ଦୁଇମାସ୍ ବେଶ୍ ଭଲରେ ଭଲରେ କଟିଥିଲା ଯାହା ତାଙ୍କ ଶାଶୁ କୁହନ୍ତି ଗତ ୨/୪ ଦିନହେବ କୁଆଡେ ଲୀପସାକୁ ଡାହାଣୀ ଲାଗିଥିଲା। ଗୁଣୀଆଁ ଡାକି ଡାହାଣୀ ଛଡାଇବାକୁ ଚଷ୍ଟା ଚଳାଇଥିଲେ ଶାଶୁଘର ଲୋକେ ଏବଂ ଡାହାଣୀ ନଛାଡିବାରୁ ଗୁଣୀଆଁଙ୍କ ପାଖରୁ ମନ୍ତୁରା ପାଣି ଆଣି ତାର ସ୍ୱାମୀ ଲୀପ୍ସାଙ୍କୁ ପିଆବାକୁ ଦେଇଥିଲେ । ତାପରେ ଲୀପସାର ଦେହ ଖରାପ୍ ହୋଇଯିବାରୁ ଲୀପ୍ସାଙ୍କୁ ତୁରନ୍ତ ଡେରାବିଶର ଛତା ମେଡିକାଲକୁ ନେଇଯାଇଥିଲେ । ଛତା ମେଡିକାଲର ଡାକ୍ତର ବାବୁ ଲୀପ୍ସାକୁ ଆଡମିସନ୍ କରି ପ୍ରାଥମିକ ଚିକିତ୍ସା କରିବା ପରେ ସିଧା କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ କିନ୍ତୁ ଲୀପ୍ସା ମୂଖ୍ୟ ଚିକିତ୍ସାଳୟକୁ ଆସିବା ବାଟରେ ହିଁ ମୃର୍ତ୍ୟୁ ବରଣ କରି ସାରିଥିଲା । ଯାହା ଡିଉଟିରେଥିବା ଡାକ୍ତର ଗଣମାଧ୍ୟମକୁ ସୂଚନା ଦିଅନ୍ତି । ହେଲେ ଏସମସ୍ତ କଥା ଗୋଟେ ଫିଲ୍ମର କାହାଣୀ ପରି ଶୁଣିବା ଲାଗୁଛି । ପୁଣି ଡାହାଣୀ ଲାଗିଲେ ମଣିଷ କୋଉଠି ମରିଯାଏ । ଏପରି ଏକ ଆଜବ କଥା ଆଉ ଅଜବ ପ୍ରଶ୍ନ ସତରେ ମନକୁ କେଉଁଠି ନା କେଉଁଠି ଆନ୍ଦୋଳିତ କରିବାକୁ ଲାଗେ । ଏଭଳି କଥା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ ମନେ ହେଉଥିଲେ ମଧ୍ୟ ଲୋକଙ୍କ ମନକୁ ଏପର୍ଯ୍ୟନ୍ତ ବିଶ୍ୱାସ ହେଇ ପାରୁନି । ହେଲେ ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ୨ ମାସର ନବ ବୁଧୁକୁ ଡାହାଣି ମାରିଛି ନା ଶାଶୁଘର ଲୋକେ ସପରିବାର ମିସି ଯୌତୁକ ନିର୍ଯ୍ୟାତନା ଦେବାପରେ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇଦେଇ ଶେଷରେ ବାଡେଇ ମାରି ଦେଇଛନ୍ତି । ଡେରାବିଶ୍ ପୋଲିସ ହସପିଟାଲରେ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରୀ ରଖିଥିବା ସୂଚନା ଦିଅନ୍ତି ଡେରାବିଶ୍ ଥାନା ଅଧିକାରୀ । ସବୁ ପୋଷ୍ଟ ମର୍ଟମ ପରେ ଜଣପଡିବ । ପୁରା କାହିଣୀ ପଛରେ ଲୁଚି ରହିଥିବା ରହସ୍ୟାବଳୀର ପର୍ଦ୍ଦାଫାସ୍ ହେବ । ହେଲେ ଲୀପ୍ସାର ମୃର୍ତ୍ୟୁ ପଛରେ ନିଶ୍ଚୟ ତଃ ଏକ ରହସ୍ୟ ଲୁଚି ରହିଛି ଏଥିରେ ତିଳେହେଲେ ମାତ୍ର ସନ୍ଦେହ ନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ନା ଗୁଣୀଗାରେଡି ତନ୍ତ୍ରମନ୍ତ୍ର, ଭୂତ, ପିଶାଚ ଦ୍ୱାର ହତ୍ୟା ଜାଣିଶୁଣି କରାଯାଇଛି ଲୀପ୍ସାକୁ । ଏସବୁର ପୁରା ଖୁଲାସା ତଃ ଆମେ କରିବୁ ଆଗକୁ ଆମ ଚ୍ୟାନେଲ ମଧ୍ୟମରେ । ଆପଣ ଦୁଖୁଥାନ୍ତୁ ଆମ ଚ୍ୟାନେଲକୁ ଆଉ ଲାଇକ୍, ସବସ୍କ୍ରାଇବ୍ କରିବା ଆଦୌ ଭୂଲିବେନି ।-

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here