ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ବାଲେଶ୍ଵର:ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଐତିହାସିକ ସଫଳତା, ଲକ୍ଷ୍ୟ ଭେଦିଲା ହାଇପରସୋନିକ କ୍ଷେପଣାସ୍ତ୍ର।

୨-କରୋନା : ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ । ଦିନକୁ ୯୦ ହଜାର ଆକ୍ରାନ୍ତ ହେଉଛନ୍ତି ଚିହ୍ନଟ, ୪୨ ଲକ୍ଷରେ ପହଂଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।

୩-ବିଧାନସଭା ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ ପରୀକ୍ଷା।

୪-କରୋନା ପାଇଁ ଘୁଞ୍ଚିଲା OJEE।ପୂର୍ବରୁ ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ଓଜେଇଇ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା ।

୫-ଓଡ଼ିଆ ପୁଅ ସଙ୍କେତ ରାୟ କୋକାକୋଲାର ନୂଆ ଭାରତ ମୁଖ୍ୟ।

୬-ବର୍ଷା-ଅନୁଭବ ପାରିବାରିକ ବିବାଦ:ମାମଲା ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚିଲା।

୭-ଆସନ୍ତା 5ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ପାଣିପାଗ ବିଭାଗ ଜାରି କଲା ୟେଲୋ ୱାର୍ଣ୍ଣିଂ।

୮-ଭୁବନେଶ୍ୱର: ଅମାନିଆ ସାବଧାନ, ବୁଧବାର ଠାରୁ କଡ଼ା ଯାଞ୍ଚ୍, କଠୋର ଦଣ୍ଡ।

୯-ମାଲକାନଗିରି: ଗୃହରକ୍ଷୀ ହତ୍ୟା ମାମଲାରେ ୩୬ ଗିରଫ, ମୂଳୋତ୍ପାଟନ ହେବ ଗଞ୍ଜେଇ ଚାଷ।

୧୦-ରାତି ୧୦ଟା ୩୦ ଯାଏଁ ଖୋଲା ରହିବ ମଦ ଦୋକାନ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁଠି ନିୟମ ଲାଗୁ।

୧୧-ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିଲା ସୁରକ୍ଷା : ମୁମ୍ବାଇରେ ଦିଆଯିବ ୱାଇ କାଟୋଗୋରୀ ସୁରକ୍ଷା; ଜଗିବେ ୧୧ କମାଣ୍ଡୋ।

୧୨-ପାକିସ୍ତାନରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ଗଲାଣି ୨୩୩ ଜୀବନ: ଇମ୍ରାନ ସରକାରଙ୍କୁ ଦାୟୀ କଲେ ଲୋକେ।

୧୩-ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଚିତ୍ର ପ୍ରଦର୍ଶନ କଲା ଚୀନ୍ : ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଡିସେମ୍ବର ଶେଷ ସୁଦ୍ଧା ଆସିବ ସିନୋଭେକ ବାୟୋଟେକ ଓ ସିନୋଫାର୍ମା ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here