+୨ ଭୋକେସନାଲରେ ରାଜ୍ୟ ଟପର୍ ମୈତ୍ରୀ ରାଉତକୁ ସମ୍ବର୍ଦ୍ଧନା ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ନିକିରାଇ ମଠସାହି ଗ୍ରାମର ପିତା-ରବିନ୍ଦ୍ର ରାଉତ ଓ ମାତା-ଭାଗ୍ୟବତୀ ରାଉତଙ୍କ ଝିଅ କୁମାରୀ ମୈତ୍ରୀ ରାଉତ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଭୋକେସନାଲ୍ ବିଷୟ ରଖି ଚଳିତ ବର୍ଷ +୨ ବାର୍ଷିକ ପରୀକ୍ଷାରେ ପ୍ରାୟ ୫୪୧ମାର୍କ ରଖି ସାରା ରାଜ୍ୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପଛରେ ପକାଇ ଟପର୍ ଆକ୍ଷା ଆର୍ଜନ କରିଥିବାରୁ ଓଡିଆ ଚଳଚିତ୍ର ପ୍ରଡୁସର,ବିଶିଷ୍ଟ ସମାଜସେବୀ ତଥା ଜିଲ୍ଲା ବିଜେଡି ଯୁବ ଉପଦେଷ୍ଟା ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ),ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ସରକାରୀ ଓକିଲ ନୀରଞନ ବଳ,ସାମ୍ବାଦିକ ରଞନ କୁମାର ସାହୁ ମିଳିତଭାବେ ୧ହଜାର ଟଙ୍କା ଏବଂ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଏବଂ ମାନପତ୍ର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସେହିପରି କେନ୍ଦ୍ରାପଡା ମୁଡ୍ ସ୍ବେଛାସେବୀ ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଏବଂ ସଭାପତି ତଥା ବରିଷ୍ଠ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଭାଂଶୁ କୁମାର ଦାସ,ସମ୍ପାଦକ କୂଳମଣୀ ଗୋଛାୟତ,ଅବସରପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଚରଣ ନାୟକ,ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ବଳ ପ୍ରମୁଖ ଉପସ୍ଥିତ ରହି ମଧ୍ୟ ମୈତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସଂଗେ ସଂଗେ ଆଗାମୀ ଭବିଷ୍ୟତ ପାଇଁ ପ୍ରଭୁ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ମୈତ୍ରୀର ଉତ୍ତରତ୍ତୋର କାମନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ନିଉଜ୍ ।*

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here