କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହା

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ତିନିମୁହାଣି ଟ୍ରଫିକ୍ ଛକ ନିକଟରେ ବିଜେପି ମହିଳା ମୋର୍ଚ୍ଚା ଦ୍ୱାର ଦାହ କରାଯାଇଥିବା ଦେଖିବାକୁ ମିଳିଥିଲା

ଅନୁଭବଙ୍କ ସ୍ତ୍ରୀ ବର୍ଷା କଟକ ଏସଡିଜେଏମ୍ କୋର୍ଟରେ କେନ୍ଦ୍ରାପଡାର ଶାସକ ଦଳର ସାଂସଦ ଶ୍ରୀଯୁକ୍ତ ଅନୁଭବ ମହାନ୍ତିଙ୍କ ବିରୋଧରେ ଶାରୀରିକ, ମାନସିକ ଯନ୍ତ୍ରଣା ଦେବା ସହିତ ନିଜ ବେଡରୁମରେ ବାହାର ସାଂଗମାନଙ୍କ ସହିତ ମଦ ପିଇବା ଏବଂ ଅଶୀଳ ଭାଷାରେ ତାଙ୍କ ସ୍ତ୍ରୀ ବର୍ଷାଙ୍କୁ ଗାଳି ଗୁଲଜ୍ କରିବା ସହିତ ବାଡିରେ ବାଡେଇବା ଏବଂ ଅଧିକ ପାଟିକଲେ ଜୀବନରୁ ମାରି ଫୋପାଡି ଦେବାଭଳି ସଂଗୀନ୍ ସଂଗୀନ୍ ମୂଳକ ଅଭିଯୋଗ ମାନ କରିଥିବା ସହିତ ଫିଲ୍ମ୍ ସୁଟିଂଗ୍ ସେଟରେ ଅନ୍ୟାନ୍ୟ ଅଭିନେତ୍ରୀ ମାନଙ୍କୁ ଧରି ବୁଲିବା ଏବଂ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଭଳି ଅତି ଜଘନ୍ୟ ଜଘନ୍ୟ ଅଭିଯୋଗ ମାନ ଆଣିବା ଏବଂ ଦିଲ୍ଲୀ ରେ କରୋନା ମହାମାରୀ ସମୟରେ ଥିବାବେଳେ ବର୍ଷାଙ୍କୁ ଚଳିବା ପାଇଁ ଆଦୌ ଟଙ୍କା ନଦେବା ଏବଂ ନିଜ ସ୍ତ୍ରୀକୁ ସାଂଗରେ ଦିଲ୍ଲୀ ନନେଇ ଅନ୍ୟ ଅଭିନେତ୍ରୀଙ୍କ ସହିତ ବୁଲାବୁଲି କରିବା ଭଳି ବହୁ ଜଘନ୍ୟ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ସେ ଆହୁରି ମଧ୍ୟ କହିଛନ୍ତି ଅନୁଭବ ମହାନ୍ତି ତାଙ୍କୁ ୨୦୧୪ ମସିହାରେ ବିବାହ କରିବା ପାଇଁ ବହୁତ୍ ଜିଦ୍ ଧରିବା ସହିତ ହାତ ଛାତି ମଧ୍ୟ ବ୍ଲେଡରେ କାଟୁଥିଲେ ବାରମ୍ବାର ମୋତେ ଫିଲ୍ମ୍ ସୁଟିଂଗ୍ ସେଟରେ ବାହା ହେବା କଥା କହି ସବୁ ସମୟରେ ହଇରାଣ ହରକତ୍ କରୁଥିଲେ ସେଥିପାଇଁ ମୋର ବିଧବା ମା ବାଧ୍ୟ ହୋଇ ଅନୁଭବଙ୍କ ସହିତ ମୋର ବାହା କରିଥିଲେ ବିବାହ ବେଳେ ମୋର ୫୦ ଲକ୍ଷ ଟଙ୍କାର ଜିନିଷ ପତ୍ର ସହ ହଜାର ବରଯାତ୍ରୀଙ୍କ ପାଇଁ ମଧ୍ୟ ବାଟ ଖର୍ଚ୍ଚ ସହିତ ସମସ୍ତ ଖାଇବା, ପିଇବା ଖର୍ଚ୍ଚ ବହନ କରିଥିଲେ ଏବଂ ମୁଁ ତାଙ୍କୁ ବିବାହ କରିବା ଦିନଠାରୁ କେବେବି ମୁଁ ତାଙ୍କ କଟକ ସ୍ଥିତ ଘରେ ଶାନ୍ତିରେ ରହିନାହିଁ ସେ ମୋତେ ସବୁବେଳେ ଏବଂ ସବୁ ସମୟରେ ମାଡଗାଳି ସହିଣ ନିର୍ଯ୍ୟାତନା ଦେଇ ଆସୁଥିଲେ ଏପଟେ ସାସଂଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟାରେ ଅନୁଭବ କହିଛନ୍ତି ସେ ବର୍ଷାଙ୍କ ନାମରେ ଦିଲ୍ଲୀ କୋର୍ଟରେ ଛାଡପତ୍ର ମକଦମା ଫାଇଲ୍ କରିଛନ୍ତି ଏପରିକି ଆମ ବାହାଘର ଦିନଠାରୁ ବର୍ଷା ମୋ ସହିତ ମଧ୍ୟ ଶାରୀରିକ ସମ୍ଭନ୍ଧ ରଖିବାକୁ ମୋତେ ବହୁ ସମୟରେ ମନା କରୁଥିଲେ ଏବଂ ମୁଁ ତାଙ୍କୁ ଯେତେ ବାଧ୍ୟ କଲେ ମଧ୍ୟ ମୋତେ ସେ ମାସ ମାସ ବର୍ଷ ବର୍ଷ ଧରି ସମୟ ମିଳାମିଶା ପାଇଁ ଗଡାଇ ଆସୁଥିଲେ ଏହିଭଳି ଦୁଇ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ପାରିବାରିକ ମନମାଳିନ ଖବରକୁ ନେଇ ସର୍ବ ସମ୍ମୁଖରେ ଯୋର ଚର୍ଚ୍ଚା ଧରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ସାସଂଦ ଅନୁଭବ ମହାନ୍ତିଙ୍କୁ ନେଇ ବିଭିନ୍ନ ଯାଗାରେ ଆଲୋଚନା ସହିତ ଚାପା ଉତେର୍ଜନା ଦେଖାଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here