ସ୍ୱର୍ଗତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଉନ୍ନବିଂଶତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଦୟାନନ୍ଦ ସେବାଶ୍ରମ, ବାଲିଆଠାରେ ସ୍ୱର୍ଗତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଉନ୍ନବିଂଶତମ ପୂର୍ଣ୍ନ୍ୟ ତିଥୀରେ ଏହି କନ୍ୟାଶ୍ରମର ସଂସ୍ଥାପକଙ୍କ ଦ୍ୱାରା ସମ୍ପାଦକ ମଦନମୋହନ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ କନ୍ୟାଶ୍ରମର ସଭାପତି ବିଶ୍ୱପ୍ରକାଶ କାନୁନଗୋ ସଭାପତିତ୍ବ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ବାନାମ୍ବର ସାହୁ ସଭା ପରିଚାଳନା କରିଥିଲେ । ମୂଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ପ୍ରଡୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ) ଏବଂ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ,ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ଜେନା,ସମାଜସେବୀ ରମେଶ ଥାଟୋଇ,ନାରୀନେତ୍ରୀ ଅନିତା ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଜୀବନା ବଳୀ ଓ ଆଦର୍ଶ ବିଷୟରେ ନିଜ ନିଜର ମତାମତ ରଖିବା ସ୍ମୃତି ଚାରଣ କରିବା ସହିତ ୧ ହଜାର ଲେଖା ଟଙ୍କା ଦେଇ ଆସିଥିବା କିଛି ଅତିଥୀ ବୃନ୍ଦ ଆଶ୍ରମର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ପ୍ରତ୍ୟେକ ମାସରେ ଜଣେ ଜଣେ ସଦସ୍ୟ ହଜାରେ ଲେଖା ୧୦ଟି ନୀରାଶ୍ରୟୀ କନ୍ୟା ମାନଙ୍କ ପାଇଁ ସଦସ୍ୟ ପିଛା ଜଣେଲେଖା ଜଣ ଜଣ କନ୍ୟା ମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ସହିତ ସେମାନଙ୍କର ମାସିକ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବା ପାଇଁ ସଭାରେ ସର୍ବ ସମ୍ମୁଖରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here