ଅବସର ପ୍ରାପ୍ତ ବର୍ଷୀୟ ଶିକ୍ଷକ ଙ୍କ ପରଲୋକ

କୋରାପୁଟ୍:ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ପଞ୍ଚାୟତ ର ଶଶାହାଣ୍ଡି ଗ୍ରାମରେ ଆଜି ଶୋକ ର ଛାୟା ଖେଳିଯାଇଛି। ଗ୍ରାମର ଅଭିପ୍ରଧାନ ନାମକ ଅବସର ପ୍ରାପ୍ତ ଶିକ୍ଷକ ଙ୍କ 67 ବର୍ଷ ରେ ହଠାତ ହୃଦଘାତ ରେ ମୃତ୍ୟୁ ହୋଇଯାଇଅଛି।ସେ ସକାଳୁ ଉଠି ନିତ୍ୟ କର୍ମ ସାରି ଘରେ ଥିଲେ । ହଠାତ ଛାତି ରେ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୋରିଗୁମ୍ମା ସ୍ୱସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା।ସେଠାରେ ତାଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।ଏହି ଖବର ପାଇବା ପରେ ଶଶାହାଣ୍ଡି ଗ୍ରାମର ଆଖ ପାଖ ଅଞ୍ଚଳରେ ଦୁଃଖର ବାତାବରଣ ଶ୍ରୁଠି ହୋଇଥିଲା।ସେ ଜଣେ ଜ୍ଞାନୀ ,ମିତ୍ରଭିଲାସୀ ତଥା ଲୋକଙ୍କ ପ୍ରିୟ ଭାଜନ ଥିଲେ ।ତାଙ୍କର ମୃତ୍ୟୁ ସମୟରେ ନିଜର ସ୍ତ୍ରୀ ଦୁଇପୁଅ ଦୁଇବୋହୁ ନାତିନାତୁଣି ବନ୍ଧୁ ବର୍ଗ ସମସ୍ତେ ଉପସ୍ଥିତ ରହି ଅତି ମର୍ଯ୍ୟାଦା ସହ ଶବ ସତ୍କାର ହୋଇଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here