କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ରଚିଲା ତାଣ୍ଡବ ଲୀଳା ।

କେନ୍ଦ୍ରାପଡା: ଗତକାଲିଠାରୁ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯଥା-ଡେରାବିଶ୍,ପଟ୍ଟାମୁଣ୍ଡାଇ,ମହାକାଳପଡା,ରାଜନଗର,ରାଜକନିକା,ଆଳି ପାଟକୁରା ସମେତ ମାର୍ଶାଘାଇର କିଛି ଅଞ୍ଚଳରେ ପଳୟଂକାରୀ ବନ୍ୟାଜଳ ଆଶି ସମ୍ପୂର୍ଣ୍ଣ ଭାବେ ତାଣ୍ଡବ ଲୀଳା ରଚିଥିବା ଜଣାପଡିଛି । ସବୁଆଡେ ଖାଲି ଜଳମଗ୍ନ ବା ପାଣିହିଁ ପାଣି ।

ଯୁଆଡେ ଦେଖିଲେବି ବନ୍ୟା ଜଳ ସାଂଗକୁ ଜମିବାଡି ଘରଦ୍ୱାର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଶରେ କୋଭିଡ୍-19 ବା କରୋନା ମହାମାରୀ ଭଳି ରୋଗ ବା ବିପତ୍ତି ସମୟରେ ଓଡିଶା ସମେତ ଉପରମୁଣ୍ଡ ଛତିଷଗଡ ଓ ମଧ୍ୟପ୍ରଦେଶ ପ୍ରଭୃର୍ତି ରାଜ୍ୟ ମାନଙ୍କରେ ପ୍ରବଳ ଲଘୁଚାପ୍ ଜନିତ ବର୍ଷା ଦୀର୍ଘଦିନ ଧରି ଲାଗିରହିବା ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବିରୂପା ନଦୀ ସମେତ ପାଇକା, ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା ଏବଂ ଗୋବରୀ ନଦୀ ମାନଙ୍କରେ ବନ୍ୟା ଜଳସ୍ଥର ଦିନକୁ ଦିନ ବଢିବାରେ ଲାଗିଛି ଏବଂ ବହୁ ଜାଗାରେ ନଦୀବନ୍ଧ ଗୁଡିକରେ ବଡବଡ ଘାଇ ସୃଷ୍ଟି ହୋଇ ବା ଭାଂଗୀ ପ୍ରାୟ ଶତାଧିକ ଗ୍ରାମ ମାନଙ୍କରେ ବନ୍ୟା ପାଣି ପଶି ହଜାର ହଜାର ହେକ୍ଟର ଚାଷଜମି ସହିତ ଧାନ ଫସଲ ଓ ନଦୀ ପଠାରେ ଚାଷ ହୋଇଥିବା ବିଭିନ୍ନ କିଷମର ପନିପରିବା ପାଣିରେ ବୁଡି ରହିବା ଫଳରେ ପଚିସଢୀ ସବୁ ନଷ୍ଟଭ୍ରଷ୍ଟ ହୋଇ ଯାଇଥିବା ଜଣାପଡିଛି । ସେପଟେ ଚାଷୀ ହତାସ ହୋଇ ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି । ଏପଟେ ନଦୀ କୂଳିଆ ବହୁତ୍ ଗୁଡିଏ ଗାଁ ଗଣ୍ଡା ମାନଙ୍କରେ ବନ୍ୟାଜଳ ପସିଯିବାରୁ ଡେରାବିଶର ବ୍ଲକର ୪ଟି ପଞ୍ଚାୟତ ସହିତ କେନ୍ଦ୍ରାପଡା ବ୍ଲକର ୮ଟି ପଞ୍ଚାୟତ ଓ ପଟାମୁଣ୍ଡାଇର ବ୍ଲକର ପ୍ରାୟ ୧୨ଟି ପଞ୍ଚାୟତ,ରାଜନଗର ଏବଂ ଆଳିର ବ୍ଲକର କିଛି କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ଥିବା ଦେଖିବାକୁ ମିଳିଛି । ଦିର୍ଘ ତିନିଦିନ ହେଲା ବନ୍ୟା ଜଳରେ ଶତାଧିକ ପରିବାର ଲୋକମାନେ ଭୋକ ଉପାସରେ ଜଳବନ୍ଦୀ ଭାବେ ରହିଥିବା ବେଳେ ମାତ୍ର ଥରେ ପ୍ରଶାସନ ତରଫରୁ କିଛି ଅଞ୍ଚଳରେ ରନ୍ଧା ଖାଦ୍ୟ ଦେଇ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଥିବା ଦେଖିବାକୁ ମିଳିଛି ।

ବହୁ ବନ୍ୟା ପ୍ଲାବିତ ତଳିଆ ଅଞ୍ଚଳରେ ପ୍ରଶାସନ ହେଉକି ଓଡ୍ରାଫ୍,ଏନ ଡି ଆର ଏ ଏବଂ ଅଗ୍ନିସମ ବାହିନୀ ବା ଟିମ୍ ଆଜି ସକାଳୁ ସକାଳୁ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଭୁଟୁଭୁଟି,ଲଞ୍ଚ ବା ଡଂଗା ସାହାଯ୍ୟରେ ପାଣି ଘର ମଧ୍ୟରେ ଫସିରହିଥିବା କିଛି ଲୋକମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳରେ ମଣିଷ ସମେତ ଗାଇ, ଗୋରୁ ଛେଳିମେଣ୍ଢା ଛାଡିଥିବା ଜଣାପଡିଛି । ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀ ମାନେ ଏପର୍ଯ୍ୟନ୍ତ ଜଳବନ୍ଦୀ ଲୋକଙ୍କ ପାଖରେ କେହି ପହଞ୍ଚି ନଥିବା ଲୋକମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ଯଦି ଏପରି ଦୁର୍ଦ୍ଦିନ ଓ ବିପତ୍ତି ସମୟରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିବ ତେବେ ନିଶ୍ଚିନ୍ତ ରୂପେ ଆଗକୁ ବିଚରା ଗରିବ ଖଟିଖିଆ ଓ ଦିନମଜୁରୀଆ ମଣିଷ ଓ ପଷୁପକ୍ଷୀମାନେ ପାଣିଘେର ମଧ୍ୟରେ ଜଳବନ୍ଦୀ ଭାବେ ରହି ଖାଦ୍ୟ,ପାନୀୟ ନପାଇ ଅନାହାରରେ ମୃର୍ତ୍ୟୁ ବରଣ କରିବା ପରିସ୍ଥିତି ଆଗକୁ ନିଶ୍ଚିତ ରୂପେ ଦେଖାଦେବ ଏଥିରେ ତିଳେହେଲେ ମାତ୍ର ସଂନ୍ଦେହ ନାହିଁ । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଜଳବନ୍ଦୀ ଲୋକମାନଙ୍କ ପାଖରେ ପହଞ୍ଚି ରିଲିଫ୍ ସାମଗ୍ରୀ ସହିତ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା ସଂଗଠନ ଏବଂ ବୁଦ୍ଧିଜିବୀ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here