କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ଓ ଡେରାବିଶ୍ ବ୍ଲକ୍ ଏବଂ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ କଜଳା ଗ୍ରାମ ପ୍ରଭୃତି ମାନଙ୍କରେ NCDHR ବା ସର୍ବ ଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚ ନୂଆଦିଲ୍ଲୀ ପକ୍ଷରୁ ଗରିବ, ଅସହାୟ ଓ ନିରାଶ୍ରୟି,ଭିନ୍ନକ୍ଷମ ବ୍ୟକ୍ତି ଏବଂ କିନର ପ୍ରଭୃତି ଲୋକମାନଙ୍କ ପାଖରେ ଦେଶର ଏପରି କୋଭିଡ୍-19 ବା କରୋନା ମହାମାରୀ ସମୟରେ ଦଳିତ ସଂଘର ସଭାପତି ମାନସୀ ସିଂ ଏବଂ କେନ୍ଦ୍ରାପଡା ଜିଲ୍ଲାର ମୂଖ୍ୟ ସମାଜ ସେବୀକା ଶ୍ରୀମତୀ ସୁପ୍ରଭା ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ସେମାନେ ରହୁଥିବା ଯାଗା ବା ଘରେ ପହଞ୍ଚି ଡାଲି, ଚୁଡା, ଚାଉଳ, ଅଟା ଓ ଅନ୍ୟାନ୍ୟ ଘରୋଇ ଚଳଣି ରାସନ ସାମଗ୍ରୀ ବଣ୍ଟନ କରାଯିବା ସଂଗେ ସଂଗେ ଗାଁ ଗାଁରେ ବୁଲି ମାକ୍ସ୍,ସାନିଟାଇଜର ବଣ୍ଟନ୍ କରିବା ସହିତ କରୋନା ମହାମାରୀ ରୋଗରୁ କିପରି ଦୂରେଇ ରହିବେ ଓ ପ୍ରତ୍ୟେକ କ୍ଷତ୍ରେ କିପରି ସାମାଜିକ ଦୂରତା ରକ୍ଷାକରି ନିଜ ଜୀବନ ସହିତ ଦେଶବାସୀଙ୍କ ଜୀବନକୁ କରୋନା ମୁକ୍ତ କରାଯାଇ ପାରିବ ସେହି ପ୍ରସଂଗରେ ମୂଖ୍ୟତଃ ଆଲୋଚନା କରାଯାଇଥିବା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି
ରିପୋର୍ଟ – କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1