୧୫୦ ବର୍ଷର ମ୍ୟୁନିସିପାଲଟି ହୋଇଥିଲେ ମଧ୍ୟ କେନ୍ଦାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ଗ୍ରାମର ୬ ନମ୍ବର ୱାର୍ଡରେଥିବା ଜେନା ସାହି ପାଣି ଘେରରେ

କେନ୍ଦ୍ରାପଡା: ଆସନ୍ତୁ ନଜର ପକାଇବା ଏକ ବଡ ଖବର ଉପରେ । କିଭଳି କେନ୍ଦ୍ରାପଡା ରାଜ୍ୟର ଏକ ସର୍ବ ପୂରାତନ ପୌରସଂସ୍ଥା ବା ୧୫୦ ବର୍ଷର ମ୍ୟୁନିସିପାଲଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପହଞ୍ଚିନି ଜଳଵନ୍ଦି ଲୋକଙ୍କ ପାଖରେ କୌଣସି ସରକାରୀ ସାହାଯ୍ୟ । ସରକାର ଏବଂ ଜିଲ୍ଲା ପ୍ରଶାସନ କରୁଛନ୍ତି କଣ ? ସରକାରୀ 5T ଯୋଜନାରେ କଣ ଏବଂ କିପ୍ରକାର କାର୍ଯ୍ୟ ସବୁ ଚାଲିଛି । ଆସନ୍ତୁ ବୁଲିଯିବା ସେହି କେନ୍ଦାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ଗ୍ରାମର ୬ ନମ୍ବର ୱାର୍ଡରେଥିବା ଜେନା ସାହି ବା ଦଳିତ ସାହି ରୂପେ ପରିଚିତ ଜାଗାକୁ । କିପରି ସ୍ୱାଧୀନତାର ୭୪ ବର୍ଷପରେ ମଧ୍ୟ ଗରିବ ଅସହାୟ ଦିନ ମଜୁରୀଆ ବା ଖଟିଖିଆ ଶାରିରୀକ ବିକଳାଂଗ ଲୋକମାନଙ୍କ ପାଖରେ ଏପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରିନି ବିଦ୍ୟୁତ୍ ଆଲୁଅ କି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ଘର ଯଥା -ବିଜୁ ପକାଘର ହେଉ କିମ୍ବା ଇନ୍ଦିରା ଆବାସ ହେଉ କି ମୋ କୁଡିଆ ଯୋଜନାରେ ମିଳୁଥିବା ଘର । ଏପରିକି ପ୍ରାୟ ୧୫ରୁ ଅଧିକ ଦଳିତ ପରିବା ସେହି ଶ୍ମସାନ ଭୂଇଁ ବା ସରକାରୀ ଜମିରେ ନଡା ଛପର କୁଡିଆ ଗୋଟେ ଗୋଟେ କରି ଦୀର୍ଘ ୪୦ ରୁ ୫୦ ବର୍ଷଧରି ରହି ଆସୁଥିଲେ ମଧ୍ୟ ଜମି ପଟ୍ଟାବି ମଧ୍ୟ ଖଣ୍ଡେ ଖଣ୍ଡେ ପାଇ ପାରି ନାହାଁନ୍ତି ଏପର୍ଯ୍ୟନ୍ତ । ସ୍ଥାନୀୟ ଅସହାୟ, ଅବହେଳିତ ଲୋକମାନେ । ଜିଲ୍ଲା ପ୍ରଶାସନ ନିକଟକୁ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେଲା ପରେ ମଧ୍ୟ ଗୁହାରୀ ଶୁଣୁନି ଜିଲ୍ଲା ପ୍ରଶାସନ ସେମାନଙ୍କର । ବିଚରା ଲୋକେ କରିବେ କଣ । ଏପଟେ ଦଇବ ସାଜିଲା ଦାଉ ଭଳି ଅଦିନିଆ ଲଘୁଚାପ ବର୍ଷା ପାଣିରେ ସେମାନେ ରହୁଥିବା କଚା ଘରଗୁଡିକ କାନ୍ଥଭାଂଗୀ ନଷ୍ଟ ହୋଇଯିବାରୁ ସମସ୍ତଙ୍କ ଘର ଭିତରେ ଆଣ୍ଠୁଁଏ ଲେଖା ପାଣି ପସିଯିବାରୁ ସାପ, ବେଂଗ ଏବଂ ବିଭିନ୍ନ ଯନ୍ତୁ ଯୁନ୍ତାଙ୍କ ଭୟରେ ପିଲାଛୁଆ ଧରି ନିକଟସ୍ଥ ବଳଦେବ ହାଇସ୍କୁଲ ପରିସରରେ ୪ ରୁ ୫ ଟି ପରିବାର ରହୁଥିବା ବେଳେ ଅନ୍ୟମାନେ ସମସ୍ତେ ୧୦ଟି ଘରଛାଡି ଯିବାକୁ ଅମଙ୍ଗ ହୋଇଛନ୍ତି ।

କର୍ମକୁ ଆଦରୀ ସେହି ପାଣି ଘେରରେ ଅନ୍ଧାର ରାତିରେ ବହୁ ଦୁଃଖ କଷ୍ଟରେ ଉପାସ ଭୋକରେ ରହି ଜୀବନ ବିତାଉଥିବା ଜଣାପଡିଛି । 5T ସରକାର ବୋଲାଉଥିବା ସରକାରୀ ବାବୁ ମାନଙ୍କର କିମ୍ବା ଜିଲ୍ଲା ପ୍ରଶାସନର ଏପର୍ଯ୍ୟନ୍ତ ଦେଖାନଥିବାରୁ ଜଳବନ୍ଦି ଲୋକମାନେ କଣ ଗଣମାଧ୍ୟମ ଆଗରେ ସୂଚନା ଦେଉଛନ୍ତି । ଆସନ୍ତୁ ସିଧା ସଳଖ ସେମାନଙ୍କ ମୁହଁରୁ ଶୁଣିବା କପରି ମନ୍ତବ୍ୟ ରଖୁଛନ୍ତି ଏବଂ କଣ କଣ ସବୁ ସରକାରୀ ସୁବିଧା ସହଯୋଗ ସେମାନଙ୍କ ପାଖରେ ପହଞ୍ଚିଛି ପଚାରି ବୁଝିବା । ତେବେ ଚାଲନ୍ତୁନା ଶୁଣିବା ସେମାନଙ୍କର ଦୁଃଖଭର ଅନ୍ଧାରୀ ରାତିର କାହାଣୀ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ପ୍ରତିନିଧି ଦିଲ୍ଲୀପ୍ କୁମାର ଦାସଙ୍କ ରିପୋର୍ଟ, ଓଡିଶା 1 ଟିଭି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here