କେନ୍ଦ୍ରାପଡା ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରାଙ୍କ କେନ୍ଦ୍ରାପଡା ପୌରସଂସ୍ଥା ଏବଂ ପଟ୍ଟାମୁଣ୍ଡାଇ ପୌରସଂସ୍ଥାର ଯୁଗ୍ମ ବୈଠକ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଜଜାଂଗସ୍ଥିତ ସରକିଟ୍ ହାଉସ୍ ବା ପ୍ରଦୀକ୍ଷଣ ଭବନ ପରିସର ମଧ୍ଯରେ କେନ୍ଦ୍ରାପଡା ପୌରସଂସ୍ଥା ଏବଂ ପଟ୍ଟାମୁଣ୍ଡାଇ ପୌରସଂସ୍ଥାର ଏକ ଯୁଗ୍ମ ବୈଠକ କରୋନା ମହାମାରୀ ରୋଗ ଭଳି ଅତି ଦୟନୀୟ ପରିସ୍ଥିତି ଦେଇ କେନ୍ଦ୍ରାପଡା ଜିଲ୍ଲା ଗତି କରୁଥିବା ବେଳେ ପୁଣି ଲଗାଣ ଲଘୁଚାପ୍ ଜନୀତ ବର୍ଷା ଜଳରେ ଜିଲ୍ଲାର ହଜାର ହଜାର ଚାଷଜମି ସାଂଗକୁ ଚାଷୀ ପୁଅର ଚାଷ ଉଜୁଡି ଯିବା ଏବଂ ଲକ୍ଷ ଲକ୍ଷ ଲୋକ ଜଳବନ୍ଦି ଅବସ୍ଥାରେ ଥିବା ଜନସାଧାରଣ ମାନଙ୍କୁ କିପରି ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ବିଭିନ୍ନ ସରକାରୀ ସାହାଯ୍ୟ ସୁବିଧା ପହଞ୍ଚାଇ ପାରିହେବ ସେହି ସବୁ ବିଷୟ ବସ୍ତୁକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀ,ଅଧୀକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବହୁ ଅଧିକାରୀ ଓ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ଏହି ଯୁଗ୍ମ ବୈଠକରେ ଯୋଗଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here