କିଶୋର ଚନ୍ଦ୍ର ତରାଇ ହେଲେ ବିଜେଡି ରାଜ୍ୟ ସମ୍ପାଦକ ।

କେନ୍ଦ୍ରାପଡା-୨୦-୦୮-୨୦୨୦(ଓଡିଶା-1):- କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଏବଂ କେନ୍ଦ୍ରାପଡା ମାଟିର ଲଢୁଆ ପୁଅ ତଥା ଯୁବ ନେତା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତରାଇ ହେଲେ ନବନିଯୁକ୍ତ ରାଜ୍ୟ ବିଜେଡି ସମ୍ପାଦକ । ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଶ୍ରୀଯୁକ୍ତ ତରାଇଙ୍କୁ ଦଳ ଭରସା କରି ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଓଡିଶାର ସାଢେ ୪କୋଟି ଜନତାଙ୍କ ହିତ ଓ ମଂଗଳ ପାଇଁ ପ୍ରଦାନ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ସମେତ ସମଗ୍ର ରାଜ୍ୟବାସୀ ଅତ୍ୟନ୍ତ ଆନନ୍ଦିତ ହେବା ସଂଗେ ସଂଗେ ଶ୍ରୀଯୁକ୍ତ ତରାଇଙ୍କୁ ଧନ୍ୟବାଦ ଜଣାଇଁବା ସହିତ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିବା ଜଣାପଡିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଳକ୍ ବିଜେଡି ସଂଗଠକ ଏବଂ ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ସଂଜୟ କୁମାର ଲେଙ୍କା,ଶରତ ପାତ୍ର,ବାମଦେବ ପଣ୍ଡା,ସୁଶାନ୍ତ ଦାସ,ଅଭୟ ଦାସ,କାଳନ୍ଦୀ ସେଠୀ,ପର୍ଶୁରାମ ଦାସ,ଶ୍ରୀଚନ୍ଦନ ପଣ୍ଡା, ସୌମ୍ୟରଞ୍ଜନ ଦାସ,ସମ୍ବିତ୍ ମହାରଣା, ଭଗବାନ୍ ସାହୁ, ଶିବପ୍ରସାଦ ପରିଡା, ଗୋପାଳ ସେଠୀ ପ୍ରମୁଖ ମଧ୍ୟ ଶ୍ରୀଯୁକ୍ତ ତରାଇଙ୍କୁ ବଧାଇ ଓ ଶୁଭେଚ୍ଛା ଜଣାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।-କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ଦିଲ୍ଲୀପ୍ ଦାସଙ୍କ ରିପୋର୍ଟ,ଓଡିଶା-1 ନିଉଜ୍ ।*

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here