ପ୍ରାକ୍ତନ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର କରଙ୍କର ବିୟୋଗରେ କେନ୍ଦ୍ରାପଡା ଓକିଲ ସଂଘର ଶ୍ରଦ୍ଧାଂଜଳି।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବାର ଆସୋସେସନ୍ ପକ୍ଷରୁ ସଭାପତି ସରୋଜ ରାଜ ସିଂଙ୍କ ନେତୃତ୍ୱରେ ଏବଂ ସଂମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ଅବିଭକ୍ତ କଟକ ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର କରଙ୍କର ବିୟୋଗରେ ଓକିଲ ସଂଘ ଗୃହ ମଧ୍ୟରେ ତାଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ୨ମିନିଟ୍ ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ନୀରବ ପ୍ରାର୍ଥନା ସଭାରେ ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି,ପ୍ରଦୀପ କୁମାର ଦାଶ,ଗଗନ ବିହାରୀ ଜେନା,ଦୂର୍ଯୋଧନ ସାହୁ,ନିତ୍ୟାନନ୍ଦ ସ୍ୱାଇଁ, ସୁବାଷ ରାଉତ,ନେହୁର ସାହୁ,ସେକ୍ ଅଜିମୁଉଦ୍ଦିନ୍,ରେଣୁବାଳା ସାମଲ,ତମସା ପାତ୍ର,ଗଗନ ଖଟୁଆ,ନୀରଞନ ବଳ, ମାନସ କୁମାର ଧଳ,ଜ୍ଞାନରଂଜନ ମହାନ୍ତି,ରବୀନ୍ଦ୍ର ପାତ୍ର,ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଖବର ନେବାରୁ ଜଣାପଡିଛି ସ୍ୱର୍ଗତ କରଙ୍କୁ ତାଙ୍କ ମୃର୍ତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୯୦ବର୍ଷ ବୟସ ହୋଇଥିଲା । ସେତାଙ୍କ କେନ୍ଦ୍ରାପଡା ସାନମଂଗଳା ସ୍ଥିତ ବାସଭବନରେ ୟହନୀଳା ସମ୍ଭରଣ କରିଥିଲେ । ସେ ଏକାଧାରରେ ଜଣେ ଉଚ୍ଚକୋଟିର ଆଇଜିବୀ ଏବଂ ବିଚାରପତି ଓ ଭଲ ସ୍ନେହିଁ ଓ ମେଳାବି ମଣିଷଥିଲେ । ଜଗତସିଂହପୁର ବିଲୁଆଖାଇ ନଦୀପଠା ଛବୀରାଣୀ ହତ୍ୟାକାଣ୍ଡର ସେ ଏକ ଐତିହାସିକ ରାୟ ଦେଇଥିଲେ । ସେ କେନ୍ଦ୍ରାପଡ଼ା କୋର୍ଟରେ ମଧ୍ୟ କିଛିଦିନ ପାଇଁ ଓକିଲାତି କରିଥିଲେ ।*

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ପ୍ରତିନିଧି ଦିଲ୍ଲୀପ୍ କୁମାର ଦାସଙ୍କ ରିପୋର୍ଟ,ଓଡିଶା 1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here