ବିଲ ବଳରାମପୁର ଗ୍ରାମର ଖୁଲଣା ବେହେରାଙ୍କ ଗୁହାରୀ ଶୁଣିଲାନି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ। ସାହାରା ହେଲେ ଗ୍ରାମବାସୀ।

କେନ୍ଦ୍ରାପଡା: ଏମିତି ବି ଦୁନିଆଁରେ ବଞ୍ଚିଛନ୍ତି ମଣିଷ ଜୀବନ ଆଉ ଜୀବିକା ସହିତ ପ୍ରତିଦିନ କରୁଛନ୍ତି ସଂଘର୍ଷ ନା ପାଖରେ ପେଟପୁରା ଗଣ୍ଡେ ଖାଇବାକୁ ଅଛି ନା ଦେହ ଢାଙ୍କିବାକୁ ଦୁଇଚାଖଣ୍ଡ କନା ସେଥିରେ ପୁଣି ବୋଝ ଉପରେ ଲଳିତା ବିଡା ଭଳି ତିନୋଟି ଛୋଟ ପିଲା ମଦ୍ୟପ ସ୍ୱାମୀ ଘରୁ ବାଡେଇ ବାହାର କରିଦେବା ପରେ ଜୀବନ ବିକଳେ ପିଲାଙ୍କ ମଣିଷ କରିବା ପାଇଁ ଅଣ୍ଟାଭିଡି ବାହାରି ପଡନ୍ତି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବିଲ ବଳରାମପୁର ଗ୍ରାମରେଥିବା ବାପା ଘରକୁ। ବାପଘରେ ପହଞ୍ଚଚିବା ପରେ ଝିଅର ଏପରି ଦୁଃଖ ସହି ନପାରି ଝିଅ ନାତୀ ନାତୁଣୀ ମୁଣ୍ଡ ଟିକକ ଗୁଞିବା ପାଇଁ ଏକ ଗୁଣ୍ଠ ଯାଗା ଝିଅ ନାଁରେ କରିଦିଅନ୍ତି ଜୀବନ ସହିତ ଖୁଲଣାର ଆରମ୍ଭ ହୁଏ ଦୃଦୟ ବିଦାରକ ଏବଂ ଦୁଃଖଭରା ସଂଘର୍ଷ ଗାଁ ଗଣ୍ଡାରୁ ମାଗିଯାଚି ପିଲାଙ୍କ ପେଟ ପୋଷେ ଖୁଲଣା ଝିଅର ଏପରି ଦୁଃଖଦ ପୂର୍ଣ୍ଣ ପରିସ୍ଥିତି ଦେଖି ବିଚରା ବାପମାଭାବି ଭାବି ଦୁହେଁ ଆଖିବୁଜନ୍ତି ଆଉ ଆରପାରିକୁ ଚାଲିଯାନ୍ତି ବାପ ମା ମରିଯିବା ପରେ ଭାଇ, ଭାଉଜଙ୍କ ନଜର ପଡେ ଖୁଲଣାଙ୍କ ଗୁଣ୍ଠେ ସମ୍ପର୍ତ୍ତି ଉପରେ ଏବଂ ଏଉଠୁ ଆରମ୍ଭ ହୁଏ ଖୁଲଣା ଉପରେ ଅତ୍ୟାଚାର ମାଡ, ଗାଳି, ଝଗଡା ଆଉ ଅତ୍ୟାଚାର ଭାଇମାନେ ଭଉଣୀକୁ ସାହାଯ୍ୟ କରିବା ପରିବର୍ତ୍ତେ ଲୋଭର ବଶବର୍ତ୍ତୀ ହୋଇ ସତ୍ରୁ ପାଲଟି ଯାନ୍ତି। କୌଣସିବି ସାହାଯ୍ୟ ମିଳେନି ଖୁଲଣା ତାର ତିନି ପିଲାଙ୍କୁ ଏପରିକି ରାସନ କାର୍ଡ ଖଣ୍ଡକ ପାଇଁ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ,ତହସିଲଦାର ଏବଂ ଜିଲ୍ଲା ପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେବାପରେ ମଧ୍ୟ କେହି ଶୁଣନ୍ତେନି ବା କର୍ଣ୍ଣପାତ କରନ୍ତେନି ଖୁଲଣାଙ୍କ କଥା ବା ଗୁହାରୀ ଗାଁ ଗଣ୍ଡା ସାହି ପଡିଶାରୁ ଯାହା ଗଣ୍ଡେ ମାଗି ଯାଚି ଆଣନ୍ତି ସେତିକିରେ ତିନୋଟି ପିଲାଙ୍କ ପେଟ ପୋଷନ୍ତି ପରିବାରର ଭରଣ ପୋଷଣ କରନ୍ତି ଏପରିକି ବିଜୁ ପକାଘର ଖଣ୍ଡକ ପାଇଁ ସରପଞ୍ଚଙ୍କୁ ମଧ୍ୟ ୫ହଜାର ଟଙ୍କା ଲାଞ୍ଚ ଧାରକରଜ କରି ଦେବାପରେ ମଧ୍ୟ ସରପଞ୍ଚ ଖୁଲଣାଙ୍କ ଟଙ୍କା ଖାଇଦେବା ପରେ ମଧ୍ୟ ଘରଟିଏ କରାଇ ଦିଅନ୍ତି ନାହିଁ ଟଙ୍କା ଫେରସ୍ତ ମାଗିଲେ ଓଲଟି ଘର ଦେବେ କଣ ଜୀବନରୁ ମାରିଦେବାକୁ ଧମକ ଦିଅନ୍ତି ସରପଞ୍ଚ ବାବୁ ଏବିଷୟରେ ଖୁଲଣା ଜିଲ୍ଲାପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭକରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରନ୍ତି ନାହିଁ ଖୁଲଣାଙ୍କ କଥା ବୋଲି କୋହଭରା କଣ୍ଠରେ ଆମ କ୍ୟାମେରା ସମ୍ମୁଖରେ କୁହନ୍ତି ଖୁଲଣା ଏପରି ଦୁଃଖଦ କଥା ସୋସିଆଲ୍ ମିଡିଆରେ ଦେଖିବା ପରେ ଡାକ୍ତର ଅବନୀ ପରିଡା ଏବଂ ସମାଜସେବୀ ଶିକ୍ଷକ ପାର୍ଥ ସାରଥୀ ବେହେରା ଡାଲି ଚାଉଳ ଅଟା ସହିତ, ଜରୀ ପାଲଧରି ବର୍ଷାରେ ଭିଜି ଭିଜି ଖୁଲଣାର ଘରେ ପହଞ୍ଚନ୍ତି ସ୍ୱେଛାସେବୀ ଦୁଇଜଣ ତେବେ ଚାଲନ୍ତୁ ଦେଖିବା କଣ ପ୍ରତିକ୍ରିୟା ରଖୁଛନ୍ତି ଖୁଲଣାଙ୍କୁ ଏଭଳି ଦୁର୍ଦ୍ଦିନରେ ସାହାଯ୍ୟର ହାତ ବଢାଇଥିବା ଡାକ୍ତର ଶ୍ରୀଯୁକ୍ତ ପରିଡାଙ୍କ ସମେତ ଶିକ୍ଷକ ଶ୍ରୀଯୁକ୍ତ ବେହେରା। ତେବେ ଚାଲନ୍ତୁ ସିଧାସଳଖ ଶୁଣିବା ସେମାନଙ୍କ ମୁହଁରୁ କଣ କହୁଛନ୍ତି ସେମାନେ

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ପ୍ରତିନିଧି ଦିଲ୍ଲୀପ୍ କୁମାର ଦାସଙ୍କ ରିପୋର୍ଟ ଓଡିଶା -1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here