କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ (50)କ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି.ସେ ମଧୁମେହ ସହ ଯକୃତ, କିଡ଼ନୀ ରୋଗରେ ପୀଡିତ ଥିଲେ. ଗତ ତା 19 ରିଖ ବୁଧବାର ଦିନ ସକାଳୁ ଜୟପୁର ସ୍ଥିତ ବାସଭବନରେ ସ୍ୟାସ୍ଥ୍ୟଵସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିସ୍ଥାଳୟ ରେ ଭର୍ତି କରାଯାଇଥିଲା. ସେଠାରୁ ପୁଣି କୋରାପୁଟ ସହିଦ ଲକ୍ଷ୍ମନ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା. ଅପରାହ୍ଣ ରେ ଚିକତ୍ସା ରେ ଉନ୍ନତି ନହେବାରୁ ଏକ ଆମ୍ବୁଲାନ୍ସ ଯୋଗେ ବିଶାଖାପାଟନମ ନିଆଯାଇଥିଲା. ସେଠାରେ ଏକ ଘରୋଇ ହସ୍ପିଟାଲ ରେ ରଖି ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା. ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତ ଦେହକୁ ନିଜ ବାସଭବନ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁ ନିଆଯାଇ ପରିବାର ଵର୍ଗ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ କରିଥିଲେ. ସେ ବୋରିଗୁମ୍ମା ବ୍ଲକ ଓ ଲମତାପୁଟ ବ୍ଲକ ର ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ. ଖବର ପ୍ରସାରିତ ହେବା ପରେ ସାରା କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲେ. ବିଭିନ୍ନ ସ୍ଥାନରେ ଶୋକ ଶୋଭା କରାଯାଉଥିବା ବେଳେ ଆଜି ta24-08-2020ରେ ବୋରିଗୁମ୍ମା ବ୍ଲକ ର ସୋସାହାଣ୍ଡି ପଞ୍ଚାୟତ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଏକତ୍ରିତ ହୋଇ ନୂଆଗାଁ ଗୋଷ୍ଠିକେନ୍ଦ୍ର ଠାରେ C.R.C.C. ପ୍ରଭାକର ସାହୁ କଂ ଅଧକ୍ଷତରେ ଦିବା ଦଶ ଘଣ୍ଟା ସମୟରେ କୋଭିଡ ନିୟମକୁ ମାନି ଶୋକସଭା କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା.

କୋରାପୁଟ ଜିଲ୍ଲା ପ୍ରତିନିଧି, ସାମ୍ବାଦିକ ରଂଜିତ କୁମାର ପଣ୍ଡା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here