କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି

ପଳାୟନ ରୋକିବାରେ କଂଗ୍ରେସ ବିଫଳ । ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ ଅଛନ୍ତି। ଓକିଲରୁ ରାଜନେତା ପାଲଟିଥିବା କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ସେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି। ନିକଟରେ ଉଦୟପୁରରେ କଂଗ୍ରେସ ପକ୍ଷରୁ ହୋଇଥିବା ଚିନ୍ତନ ଶିବିରକୁ ନେଇ ଶିବଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପୂର୍ବରୁ ପରିବାରବାଦ ରାଜନୀତିକୁ ବିରୋଧ କରି ଆସୁଥିବା ଶିବଲ ଜି-୨୩ ବିଦ୍ରୋହୀ ଗୋଷ୍ଠୀର ଜଣେ ପ୍ରମୁଖ ନେତା ଥିଲେ।

କଂଗ୍ରେସର ପୂର୍ବତନ ପଞ୍ଜାବ ମୁଖ୍ୟ ସୁନୀଲ ଝାକର ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ସେ ନିକଟରେ କଂଗ୍ରେସ ଛାଡ଼ ବିଜେପିରେ ଯୋଗ ଦେଇଛନ୍ତି। ସେ ପଞ୍ଜାବ କଂଗ୍ରେସର ଜଣେ ପ୍ରମୁଖ ଚେହେରା ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ନେଇ ତାଙ୍କର ରାଜନୈତିକ ଅପଟ ହୋଇଥିଲା। ସୁନୀଲ ଝାକର ୨୦୧୭ରୁ ୨୦୨୧ ମସିହା ପର୍ୟ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପ୍ରେସିଡେଣ୍ଟ ଥିଲେ। ଏହାପୂର୍ବରୁ ୨୦୦୨ରୁ ୨୦୧୭ ମଧ୍ୟରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗୁରୁଦାସପୁରରୁ ନିର୍ବାଚନ ଜିତି ଲୋକସଭାକୁ ମଧ୍ୟ ଯାଇଥିଲେ। ପଞ୍ଜାବ ବିଧାନସଭାରେ ୨୦୧୨ରୁ ୨୦୧୭ ପର୍ୟ୍ୟନ୍ତ ବିରୋଧୀ ଦଳ ନେତା ଥିଲେ। ଦୀର୍ଘ ଦିନ କଂଗ୍ରେସରେ ରହିବା ସତ୍ତ୍ୱେ ସୁନୀଲ ଝାକର ଦଳ ଛାଡ଼ିବା କଂଗ୍ରେସକୁ ଏକ ଶକ୍ତ ଝଟକା ଦେଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here