ଲାଲୁ ଯାଦବଙ୍କ ଘରେ ସିବିଆଇ ଚଢଉ । ଦିଲ୍ଲୀ, ପାଟଣା ସମେତ ଲାଲୁଙ୍କ ୧୭ ଠିକଣାରେ ରେଡ୍ ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ ଦଣ୍ଡ ଭୋଗି ବାହାରକୁ ଆସିବା ପରେ ବି ସମସ୍ୟା ତାଙ୍କ ପିଛା ଛାଡୁନି । ଆଜି ସକାଳୁ ତାଙ୍କ ବାସଭବନରେ ସିବିଆଇ ଅତର୍କିତ ଚଢଉ କରିଥିବା ଜଣାପଡିଛି । ତାଙ୍କର ଦିଲ୍ଲୀ, ପାଟଣା ସମେତ ପାଖାପାଖି ୧୭ଟି ଠିକଣାରେ ସିବିଆଉ ଚଢଉ କରିଛି ।

ଆଜି ସକାଳୁ ସିବିଆଇର ଏକାଧିକ ଟିମ୍ ଲାଲୁ ତଥା ତାଙ୍କ ପତ୍ନୀ ରାବିଡି ଦେବୀଙ୍କ ବାସଭବନରେ ଚଢଉ ଆରମ୍ଭ କରିଛନ୍ତି । ଏଥି ଭିତରୁ ଗୋଟିଏ ଟିମ୍ ରାବିଡି ଦେବୀଙ୍କ ସରକରୀ ଆବାସ ୧୦ ସର୍କୁଲାର ରୋଡରେ ମଧ୍ୟ ପହଞ୍ଚିଥିଲା । ସେଠାରେ ଟିମର ସମସ୍ୟ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡିଛି । ଏହି ସମୟରେ ଚଢଉ ହେଉଥିବା ବିଭିନ୍ନ ଠିକଣାରେ କାହାରି ପ୍ରବେଶକୁ କଡାକଡି ଭାବେ ନିଷେଧ କରାଯାଇଛି ।

ଚଢଉର ସଠିକ କାରଣ ଏଯାଏଁ ଜଣାପଡିନଥିଲେ ବି ରେଲୱେ ବିଭାଗରେ ନିଯୁକ୍ତିକୁ ନେଇ ହୋଇଥିବା ଜାଲିଆତି ମାମଲାରେ ଏହି ଚଢଉ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ସୂଚନା ମୁତାବକ, ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ନିଯୁକ୍ତି କରାଇବାକୁ ନେଇ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ମୁତାବକ, ଏବେ ଲାଲୁଙ୍କ ବିରୋଧରେ ଅଭିଯୋଗର ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ସିବିଆଇ ଲାଲୁ ଓ ତାଙ୍କ ଝିଅ ବିରୋଧରେ ଆଉ ଏକ ଭ୍ରଷ୍ଟାଚାରର ମାମଲା ଦାଏର କରି ତଦନ୍ତ ଚଲାଇଥିବା ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here