ଆନ୍ତଃରାଜ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ।

ଯାଜପୁର :ଯାଜପୁର ଜିଲ୍ଲାର ଅଘ୍ରଣୀ ସେଛ୍ୱ।ସେବୀ ଅନୁଷ୍ଠାନ ଉଦୀୟମାନ   ପକ୍ଷରୁ ଆନ୍ତଃରାଜ୍ୟ ଅନଲାଇନ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆଡ଼ମ୍ବରରେ ସହକାରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ  ରାଜ୍ୟ ତଥା ରାଜ୍ୟବାହାରୁ ମୋଟ  ୨. ୬୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଥିବା ବେଳେ ଏଥି ମଧ୍ୟରୁ ୫ ଶହ  ୫୪ ଜଣ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇ ପୁରସ୍କାର  ପ୍ରଦାନ କରାଯାଇଥିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଊପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ତରଫରୁ ସୁଗୃହିଣୀମାନଙ୍କୁ ଚୟନ କରାଯାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଗୃହିଣୀ ସାରୀକା ପଟ୍ଟନାୟକଙ୍କୁ ମଙ୍ଗଳସୁତ୍ର ଦିତୀୟ ଗୃହିଣୀ କଳ୍ପନା ନାୟକଙ୍କୁ ସୁନା ସାଂଖୀ ତୃତୀୟ ଗୃହିଣୀ ସରୋଜିନୀ ପଣ୍ଡାଙ୍କୁ ରୂପା ପାଉଁଜୀ  ଚତୁର୍ଥ ଗୂହିଣୀ ଅନୁପମା ମହାନ୍ତିଙ୍କୁ ରୂପା ଆର୍ମାଲେଟ୍ ସହ ମାନପତ୍ର ପୁସ୍ପଗୁଛ  ଉତ୍ତରୀୟ ଦେଇ  ଆଦର୍ଶ ଗୃହିଣୀ ମାଧୁରୀ ଶତପଥୀ କବୟିତ୍ରୀ ଲବଙ୍ଗ ଲତା ପରିଡା ଜୈତ୍ରିମୟୀ ସ୍ୱାଇଁ ରଜନୀ ଗନ୍ଧା ନାୟକ ସମ୍ମାନିତ କରିଥିଲେ ।

ସକାଳର ପ୍ରାରମ୍ଭିକ ସଭାରେ ଅନୁଷ୍ଠାନର ସଭାପତି ଅବିନାଶ ଜେନାଙ୍କ ପୈରହିତ ଆୟୋଜିତ ସଭାରେ ଉଦଘାଟକ  ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ପ୍ରଦୀପ ପ୍ରଜ୍ବଳିତ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ

କମାଣ୍ଡର ଘନଶ୍ୟାମ ଓଝା ମୁଖ୍ୟ ବକ୍ତା ଡ ଅଜୟ କୁମାର ଲେଙ୍କା ସମ୍ମାନିତ ଅତିଥି ବିଭାଷ ଚନ୍ଦ୍ର ନନ୍ଦ ଯୋଗ ଦେଇଥିଲେ । ଅପରାହ୍ନ ଉଦଯାପନୀ ସଭାରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଶୁକ୍ଳଙ୍କ ସଭାପତିତ୍ୱ ସଭାରେ ମୁଖ୍ୟ ଅତିଥି ବଡ଼ଚଣା ବିଧାୟକ ଆମର ପ୍ରଶାଦ ଶତପଥୀ ସମ୍ମାନିତ ଅତିଥି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିନାୟକ ମିଶ୍ର ପ୍ରସନ୍ନ କୁମାର ମିଶ୍ର ସଂଗୀତ ନିର୍ଦେଶକ ଅକ୍ଷୟ କୁମାର ନାୟକ ବରିଷ୍ଠ ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ଆଜିର ନବ କଳିକା ମାନଙ୍କ ଦେହରେ ଭରପୁର ପ୍ରତିଭା ରହିଛି ତାଙ୍କ ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରୁଥିବା ଅନୁଷ୍ଠାନର ଏ ପ୍ରୟାସ ସ୍ୱାଗତଯୋଗ୍ୟ ବୋଲି ମତ ରଖିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ବସନ୍ତ କୁମାର ନାୟକ କାହ୍ନୁଚରଣ ସାହୁ  ଡ ଦିଲ୍ଲୀପ କୁମାର ନାୟକ ଚନ୍ଦନ କୁମାର ନାୟକ ହିମାଂଶୁ ଶେଖର ପଣ୍ଡା ଅନନ୍ତ ମାହାଲା ପ୍ରକାଶ କୁମାର ନାୟକ ଅମ୍ବିକା ମିଶ୍ର ଅଜିତ ପ୍ରଶାଦ ମିଶ୍ର ରଜନୀ କାନ୍ତ ପୃଷ୍ଟି ହେମନ୍ତ କୁମାର ମାହାଲା ପ୍ରମୁଖ ପରିଚାଳନା କରିଥିଲେ ।

Report: ତ୍ରିଲୋଚନ ବେହେରା, ଯାଜପୁର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here