କାମାକ୍ଷାନଗର: ନୂତନ ବର୍ଷ କୁ ଆଡମ୍ବର ରେ ପାଳନ ନ କରି ପିପୁଲ ଫର ସ୍ମାଇଲ ର ସଦସ୍ୟ ମାନେ ନିଡାମ୍ବର ରେ ପାଳନ କରି ଅଞ୍ଚଳ ରେ ଉଦାହରଣ ସ୍ରୁଷ୍ଟି କରିଛି ଗତ ତିନି ବର୍ଷ ହେଲାଣି ସମାଜ ସେବା କ୍ଷେତ୍ରରେ ବିଭିନ୍ନ କାମ କରିଛି ଯଥା ମାଗଣା ଅମ୍ଳଜାନ ସେବା, ଗୋ ସୁରକ୍ଷା, ପଶୁ ସୁରକ୍ଷା, କରୋନା ସଚେତନତା, ସ୍ବଚ୍ଛତା କାର୍ଯ୍ୟକ୍ରମ, ରକ୍ତଦାନ ଶିବିର, ବୃକ୍ଷ୍ୟ ରୋପଣ ଇତ୍ଯାଦି କ୍ଷେତ୍ରରେ କାର୍ଯ୍ୟ କରି ବେଶ୍ ପ୍ରସଂଶା ସାଉଁଟି ଛି କାମାକ୍ଷାନଗର ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ ଫର ସ୍ମାଇଲ | ଆଜି ନୂତନ ବର୍ଷ ୨୦୨୨ କୁ ଏକ ଭିନ୍ନ ଢଙ୍ଗରେ ସ୍ବାଗତ କରିଥିଲେ କାମାକ୍ଷାନଗର ଓ ଢେଙ୍କାନାଳ ର ବିଭିନ୍ନ ଜାଗାରେ ବାହାରେ ଶୋଇଥିବା ମାନଶିକ ଅନଗ୍ରସର, ଅନ୍ୟ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ | ପଚାଶ ରୁ ଅଧିକ କମ୍ବଳ ବଣ୍ଟନ କରାଯାଇଥିଲା |
ଉକ୍ତ କାର୍ଯ୍ୟକ୍ରମରେ ରେ ସହଯୋଗ କରିଥିଲେ ହରେଶ ବେହେରା, ହୃଷୀକେଶ ସାହୁ, ଦେବୀଦତ୍ତ ମହାପାତ୍ର, ମନୋରଞ୍ଜନ ସାହୁ, ପ୍ରିୟାଂଶୁ ଦାସ, ନିହାର ରଞ୍ଜନ ରାଉତ, ରଂଜିତ ବେହେରା, ଶୁଭେନ୍ଦୁ ସେନାପତି, ରାଜେନ୍ଦ୍ର ବାଗ I