ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡା ଜିଲ୍ଲା ରେ କେନ୍ଦ୍ରୀୟ ଟିମ୍।

କେନ୍ଦ୍ରାପଡା : ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବ ରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ଅଦିନିଆ ବର୍ଷା ରେ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି।ତେବେ ଫସଲ ଅମଳ ସମୟ ହୋଇଥିବା ବେଳେ ବର୍ଷା ଛାଡିବାର ୬ଦିନ ପରେ ମଧ୍ୟ ବିଲରେ ଆଣ୍ଠୁଏ ଉପରେ ପାଣି ଜମି ରହିଛି।ଯାହା ଫଳରେ ଅମଳ ହେବାକୁ ଥିବା ଧାନ ପଚି ନଷ୍ଟ ହେବା ସହ ଗଜା ମଧ୍ୟ ହୋଇଗଲାଣି।ଆଜି କେନ୍ଦ୍ରୀୟ ଟିମ ଜିଲ୍ଲା ରେ ପହଞ୍ଚି ବିଭିନ୍ନ ଅଞ୍ଚଳ ଯାଇ କ୍ଷେତ ପରିଦର୍ଶନ କରିଥିବା ସହ ଚାଷୀ ଙ୍କ ସହ ଆଲୋଚନା କରିଥିଲେ । ।ଏହି ଗ୍ରସ୍ତ ସମୟ ରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଉପଜିଲ୍ଲାପାଳ , ସ୍ଥାନୀୟ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।କେନ୍ଦ୍ରୀୟ ଟିମ ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଛି।

ତେବେ କ୍ଷୟକ୍ଷତି ର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତି ସମୀକ୍ଷା କରି ଥିବାରୁ ଚାଷୀ ମାନଙ୍କୁ କ୍ଷତିପୂରଣ ଅଧିକ ମିଳିବ ବୋଲି ଚାଷୀ ମାନେ ଆଶା ରଖିଛନ୍ତି।

Report: ରାଜେନ୍ଦ୍ର ଦାଶ , ରାଜନଗର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here