ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ I

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମରେ କ୍ଷେତ୍ରପାଳ ପଞ୍ଚାୟତର ମହାଶକ୍ତି ପଞ୍ଚାୟତ ମହାସଂଘର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନଙ୍କୁ ନେଇ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ,ଓଡିଶା ସରକାରଙ୍କ ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗ,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ଓଡ଼ିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ ଓଡିଶା ଜୀବିକା ମିଶନର ସଂଯୋଜକ ଲଳିତ ମୋହନ ବେହେରା,ଲକ୍ଷ୍ମୀଧର ମହାନ୍ତି,ସଂଯୋଜିକା ଲୋପାମୂଦ୍ରା ସାମଲ,ସରପଞ୍ଚ ଶାନ୍ତିଲତା ସାହୁ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହମୟୀ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ଖାଦ୍ୟ ଜାତୀୟ ଶସ୍ଯ ଓ ଏଥିରୁ ମିଳୁଥିବା ଭିଟାମିନ ମଣିଷ ଶରୀର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ମହାସଂଘର ସଭାନେତ୍ରୀ ଶାନ୍ତିଲତା ସାହୁ,ସମ୍ପାଦିକା କବିତା ମଞ୍ଜରୀ ମହାପାତ୍ର,ଏମବିକେ ସବିତା ବିଶ୍ବାଳ ଓ ବ୍ୟାଙ୍କ ମିତ୍ର ସିପ୍ରା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।     ସ୍ଥାନୀୟ ଆଶାକର୍ମୀ,ଅଙ୍ଗନୱାଡି କର୍ମୀ,ପଞ୍ଚାୟତର ପାଞ୍ଚଗୋଟି ମଞ୍ଚର ସିଆରପି,ଇସି ମେମ୍ବରଙ୍କ ସମେତ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।

ଯାଜପୁର ରୁ  ତ୍ରିଲୋଚନ ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here