ରାଜ ରାସ୍ତା କୁ ଓଲ୍ହାଇବେ ରାଜ୍ୟ ରେ ଥିବା ସମସ୍ତ ଗାଁ ସାଥି ।

ପୁରୀ : ଆସନ୍ତା 13 ତାରିଖରେ ରାଜ ରାସ୍ତା କୁ ଓଲ୍ହାଇବେ ରାଜ୍ୟ ରେ ଥିବା ସମସ୍ତ ଗାଁ ସାଥି । ରାଜ୍ୟ ସରକାର ଦୀର୍ଘ ବର୍ଷ ହେବ ଗାଁ ସାଥୀ ଙ୍କ ଦାବି କୁ ପୂରଣ କରିବା ରେ ଟାଳଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦ ରେ ଭୁବନେଶ୍ୱର ରେ ବିଶାଳ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ପୁରୀ ରେ ଏକ ସାମ୍ବାଦିକ ସମିଳନୀ ରେ ଏହି ସୂଚନା ଦିଆଯାଇଛି ପୁରୀ ଜିଲ୍ଲା ଗାଁ ସାଥି ସଂଗଠନ ପକ୍ଷରୁ। ଗାଁ ସାଥି ସଂଗଠନ ଅଭିଯୋଗ କରିଛି ଯେ ଗାଁ ସାଥି ରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ସରକାର ଗାଇଡ଼ ଲାଇନ ଅନୁଯାୟୀ ଶିକ୍ଷଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପାଇଚନ୍ତି। 2008 ମସିହା ରୁ ଦିର୍ଘ 13 ବର୍ଷ ହେବ କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଦାବି ପୂରଣ କରୁନାହାନ୍ତି।

ମାସିକ 8 ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ , କୋଭିଡ ସହାୟତା ପ୍ରଦାନ ସହ ଅନ୍ୟ କର୍ମଚାରୀ ଙ୍କ ଭଳି  ସରକାର ଙ୍କ ବିଭିନ୍ନ  ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ ଦାବି ନେଇ ସାରା ରାଜ୍ୟରେ ଥିବା ହଜାର ହଜାର ଗାଁ ସାଥି ଆସନ୍ତା 13 ଓ 14 ତାରିଖରେ ଭୁବନେଶ୍ୱର ରେ ବିଶାଳ ବିକ୍ଷୋଭ ସମାବେଶ କରିବେ। ଏଥିପାଇଁ ସମସ୍ତ ଗାଁ ସାଥି ଏକାଠି ହୋଇ ଏଥିରେ ସାମିଲ ହେବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ତେବେ ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି କୁଳମଣି ମେଣ୍ଟା , ଗାଁ ସାଥି ସଙ୍ଗଠକ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here