ମଦ ପାଇଁ ମା କୁ ହତ୍ୟା I

ଯାଜପୁର :ବଡଚଣା ଥାନା ଅଧିନ ବଡଚଣା ଗାଁରେ ସାମାନ୍ୟ ମଦ ପାଇଁ ଟଙ୍କା ନ ଦେବାରୁ ଗୋଟିଏ ପୁଅ ନିଶାସକ୍ତ ହୋଇ, ତା ମା କୁ ପିଟି ପିଟି ହତ୍ୟା କରିଛି |ହତ୍ୟାକରି ପୁଅ ଏଇ ଗାଁର ରଞ୍ଜନ କୁମାର ସାମଲ ଓରଫ ଗୁଣ୍ଡୁ (27)ବୋଲି ଜଣାପଡିଛି |

ସୂଚନା ଅନୁସାରେ ଗୁଣ୍ଡୁ ସନ୍ଧ୍ୟାରେ ନିଶା ଖାଇ ଘରକୁ ଆସିବା ସହ ମା ସୁଷମା ସାମଲ (55)ଙ୍କୁ ଆଉ ଅଧିକ ମଦ ପିଇବା ପାଇଁ ଟଙ୍କା ମାଗିଥିଲା |ଏଥିରେ ମା ଅରାଜି ହେବା ପରେ, ଗୁଣ୍ଡୁ ଉତ୍ୟକ୍ତ ହୋଇ ମାଆଙ୍କୁ ଗାଳି ଗୁଲଜ କରିବା ସହ, ଏକ ଠେଙ୍ଗା ସହାୟତାରେ ପିଟି ପିଟି ଦରମରା କରିଦେଇଥିଲା | ଅପରପକ୍ଷେ ହୋ ହାଲ୍ଲା ଶୁଣି ପଡୋଶୀଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବା ସହ ସୁଷମା ଙ୍କୁ ତୁରନ୍ତ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ହେଲେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ |ଅପରପକ୍ଷେ ଗାଁ ଲୋକେ ଗୁଣ୍ଡୁ କୁ ମାଡ ମାରି ପୋଲିସକୁ ଜିମା ଦେଇଥିବାବେଳେ ପୋଲିସ ତାକୁ ଥାନାରେ ଅଟକ ରଖିଛି |ସେହିପରି ପୁଲିସ ମେଡିକାଲ ରେ ପହଞ୍ଚି ସୁଷମା ଶବ ଜବତ କରି ଅଧିକ ତଦନ୍ତ ଯାରି ରଖିଛି |

ସୂଚନା ଅନୁସାରେ ଗତ ଦୁଇ ବର୍ଷ ତଳେ ସମାନ ଢଙ୍ଗରେ ଗୁଣ୍ଡୁ ତା ବାପା ଅନିଲ ସାମଲ ଙ୍କୁ ନିଶାସକ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ଯା କରିଥିଲା |କିନ୍ତୁ ସେତେବେଳେ ଗାଁ ଲୋକଙ୍କ ସହାୟତା କ୍ରମେ ତା ନାମରେ କୌଣସି ମାମଲା ରୁଜୁ କରାଯାଇନଥିଲା |

Report: ଯାଜପୁର ରୁ ତ୍ରିଲୋଚନ ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here