ଚାଲିଯାଇଛି ବାତ୍ୟା ଜୱାଦ, ପାଣିରେ ବୁଡିଛି ଫସଲ, ଚାଷୀକୁ ଘାରିଛି ଅମଳ ଚିନ୍ତା I

କେନ୍ଦ୍ରପାଡ଼ା : ବାତ୍ୟା ଛାଡିଛି କିନ୍ତୁ ଚାଷୀ ଙ୍କ ଦୁଃଖ ଦୁଇଗୁଣିତ ହୋଇଛି । ବର୍ଷା ପରେ ବିଲରେ ପାଣି ଜମିଛି  । ଚାଷୀ ବିଲ ହିଡ ହାଣି ପାଣି ତ ବାହାର କରୁଛି । ଖବର ଅନୁଯାୟୀ, ଜୱାଦ ପ୍ରଭାବରେ କେନ୍ଦ୍ରପାଡ଼ା  ଜିଲ୍ଲାରେ  ଲଗାଣ ବର୍ଷା ହୋଇଥିଲା । ଏଥିରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି।। ପଟ୍ଟାମୁଣ୍ଡାଇ  ବ୍ଲକରେ ଧାନ ଫସଲରେ ଜମି ରହିଛି ପାଣି। ରବିବାର ରାତିରୁ ବର୍ଷା କମିଛି । ମୁଷଳ ଧାରାରେ ବର୍ଷା ହୋଇନହିଁ  , କିନ୍ତୁ ଝିପିଝିପି ବର୍ଷା ଚାଷ କ୍ଷେତକୁ ପ୍ରଭାବିତ କରିଛି। ତେବେ ବର୍ଷାରେ କଟାଯାଇଥିବା ଧାନ ବିଲରେ ପାଣି ଖାଉଛି । ଏହି ଧାନକୁ ଚାଷୀ ଖଳାକୁ ନେଇ ପାରୁନାହାନ୍ତି ।  ତାପମାତ୍ରାରେ ପରିବର୍ତ୍ତନ ନହେଲେ ଧାନ ଗଜା ହେବାର ସମ୍ଭାବନା ରହିଛି । ଧାନ ମାଟିରେ ଲାଗି ରହିଥିବାରୁ ଶୀଘ୍ର ଗଜା ହେବାର ମଧ୍ୟ ସମ୍ଭାବନା ରହିଛି । କଟା ଯାଇନଥିବା ପାଚିଲା ଧାନ ବିଲରେ ପଡିଯାଇଛି। ବିଲ ହିଡକୁ କାଟି ପାଣି ବାହାର କରୁଛି ଚାଷୀ । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ଚାଷିମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।

Report: ରାଜେନ୍ଦ୍ର ଦାଶ,  ରାଜନଗର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here