ବାପୁଜୀ ନୋଡାଲ ଉ ପ୍ରା ବିଦ୍ୟାଳୟ ଗୋପାଳପୁର ରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା I

ଧର୍ମଶାଳା ବ୍ଳକ ଅନ୍ତର୍ଗତ କ୍ଷେତ୍ରପାଳ ପଞ୍ଚାୟତ ରେ ତା 01 /12 /21 ରିଖ ଗୋପାଳପୁରସ୍ଥ ବାପୁଜୀ ନୋଡାଲ ଉ ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାକାନ୍ତ ସାମଲ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବେହେରା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |ଉକ୍ତ ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ. ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବେହେରା, ଶ୍ରୀଯୁକ୍ତ ହୃଷୀକେଶ ସାମଲ, ଶ୍ରୀଯୁକ୍ତ ବୀରକିଶୋର ସେନାପତି ଓ ଶ୍ରୀଯୁକ୍ତ ମନୋଜ କୁମାର ରଣା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ |ନୂତନ ଭାବେ ଯୋଗ ଦେଇ ଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର ଓ ନବ ନିର୍ବାଚିତ ଚେୟାରମ୍ୟାନ ଶ୍ରୀଯୁକ୍ତ ତ୍ରିଲୋଚନ ବେହେରା ଙ୍କୁ ସ୍ଵାଗତ କରାଯାଇଥିଲା | ସୁବାଷ୍ ଚନ୍ଦ୍ର କବି, ରଞ୍ଜିତ ପରମାଣିକ, ରବିନ୍ଦ୍ର ଦାସ ମନୋରଞ୍ଜନ ଖଣ୍ଡାଇ, ସତ୍ୟବ୍ରତ ଦାସ, ମଦନମୋହନ ପରମାଣିକ, ଓ ଚନ୍ଦନ କୁମାର ସ୍ଵାଇଁ ବିଦାୟୀ ଶିକ୍ଷକ ମାନଙ୍କର ଗୁଣାବଳୀ ଉପରେ ଆଲୋକପାତ କରିଥିଲେ |ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାପାତ୍ର, ଶ୍ରୀମତୀ ରାଜଶ୍ରୀ ରଥ, ଶ୍ରୀମତୀ ଗୀତାଞ୍ଜଳି ସାହୁ, ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡା, ଶ୍ରୀମତୀ ବୈଜୟନ୍ତୀ ସାହୁ ଓ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଘଡାଇ ବିଦାୟୀ ଶିକ୍ଷକ ଙ୍କୁ ଶୁଭକାମନା କରି ବିଦାୟ ସମ୍ବର୍ଦ୍ଧନା ଜାଣଇ ଥିଲେ |ଶେଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

Report: ତ୍ରିଲୋଚନ ବେହେରା, ଯାଜପୁର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here