ଦେଢଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ରୁପା ଅଳଙ୍କାର ଦୋକାନର ସଟର ଭାଗିଂ ଚୋରି ଥାନାରେ ଏତଲା ।

ସୁନ୍ଦରଗଡ ଜିଲ୍ଲା: ବଣାଇଁ ସହରସ୍ଥିତ କନ୍ତଯୋଡି ସାହିର ଛକ ନିକଟରେ ଥିବା ସ୍ଵୟଂମ ଜସୟାଲକଂର ସୁନା ଦୋକାନରୁ ଦେଢଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ରୂପା ସୁନା ଅଳଙ୍କାର ଚୋରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦୋକାନ ମାଲିକ ଜିତେନ୍ଦ୍ର ପ୍ରସାଦ ସୋନାରକଂ କହିବା ଅନୁସାରେ ସକାଳେ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ଦୋକାନର ସଟର ଭାଗିଂ ଦୋକାନ ଭିତରେ ଥିବା ରୂପା ଓ ସୁନା ରୂପା ଅଳଙ୍କାର, ଟଙ୍କା ଚୋରମାନେ ଚୋରି କରି ନେଇଥିଲେ ।ଚାନ୍ଦିର ତାଳି ୨ଟି, ଚାନ୍ଦିର ଗିନା ୩ଟି, ଚାମୁଚ୍ ୧ଟି, ରୂପାର ଗଡୁ ୨ଟା, ରୂପାର ଗଣେଷ ମୂର୍ତ୍ତି ଆଦି ସେହିପରି ସୁନାର ନାକଫୁଲ, ସୁନାର ନଥୁଣି ୫୦ ହଜାର ଟଙ୍କାର, ଦେଇଥିବା ଲୋକମାନେ ସୁନା ମରାମତି ପାଇଁ ୪୫ ହଜାର ଟଙ୍କା ଏବଂ ଡ୍ରରରେ ଥିବା ୩୪ ଶହ ଟଙ୍କା ଚୋରମାନେ ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ପରେ ଦୋକାନ ମାଲିକ ଦୋକାନରୁ ଚୋରି ହୋଇଥିବା ନେଇ ବଣାଇଁ ଥାନାରେ ଏବିଷୟରେ କହିବା ସହ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

ସୁନ୍ଦରଗଡ ଜିଲ୍ଲାର ବ୍ୟୁରୋ ଚିଫ ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ୍

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here