ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ।

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରମୁଖ ତଥା ପୁରାତନ ସଂସ୍କୃତ ବିଦ୍ୟାଳୟ ବିଶ୍ଵେଶ୍ଵର ସଂସ୍କୃତ  ମଧ୍ୟମା ବିଦ୍ୟାଳ ୟର ଭ।ରପ୍ରାପ୍ତ ପ୍ରଧାନ ପଣ୍ଡିତ ଶ୍ରୀଯୁକ୍ତ ବାବାଜୀ ଚରଣ ନାୟକ ତ।୩୦/୧୧/୨୦୨୧ ରିଖ ମଙ୍ଗଳବାର ଦିନ ନିଜ ପଦବୀରୁ ଅବସର ନେଇଛନ୍ତି। ବିଶ୍ଵେଶ୍ଵର ସଂସ୍କୃତ  ବିଦ୍ୟାଳୟ ଉଦୟପୁର ଠାରେ ଶ୍ରୀଯୁକ୍ତ ନାୟକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନ। ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ପଣ୍ଡିତ ଶ୍ରୀ କାର୍ତ୍ତିକ କୁମାର ଷଡଙ୍ଗୀ ସଭାପତିତ୍ଵ କରିଥିବାବେଳେ ସତ୍ୟଶିବସୁନ୍ଦର ସଂସ୍କୃତ ବିଦ୍ୟାଳୟ ,ରାଜନଗରr ପଣ୍ଡିତ  ଦୟାନିଧି ରାଉତ ମୁଖ୍ୟବକ୍ତା , ସିଂହବାହିନୀ  ସଂସ୍କୃତ ବିଦ୍ୟାଳୟର ପଣ୍ଡିତ ଶ୍ରୀ ପ୍ରଶାନ୍ତ କୁମାର ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ।  

 ଜଣେ ପ୍ରବୀଣ ଶିକ୍ଷାବିତ,ପଥପ୍ରଦର୍ଶକ,ଛାତ୍ରବଶ୍ଚଳଓ ଆଦର୍ଶ ଶିକ୍ଷକ ଭାବେ ସେ ଅଞ୍ଚଳରେ ପରିଚିତ। ଏହି ବିଦ୍ୟାଳୟକୁ ଆସିବା ଦିନଠାରୁ ନିଜର ଅଦମ୍ୟ ନିଷ୍ଠ।,ସାଧନ। ,ଉଦ୍ୟମ ବଳରେ ବିଦ୍ୟାଳୟକୁ ଆଗେଇ ନେଇଛନ୍ତି। ନିଜର ଜ୍ଞାନ ଓ ଉତ୍କୃଷ୍ଟ ଶିକ୍ଷା ପଦ୍ଧତି ବଳରେ ସେ ଯେକୌଣସି ଜଟିଳ ବିଷୟକୁ ସରଳତାର ସହ ବୁଝାଉ ଥିଲେ ବୋଲି ବକ୍ତାମାନେ ମତାପ୍ରକାଶ କରିଥିଲେ। ସଂସ୍କୃତ ଅଧ୍ୟୟନର ଅଧୀକ୍ଷକ,ପୁରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସିଂହବାହିନୀ  ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ  ଶ୍ରୀ ଦୋଳଗୋବିନ୍ଦ ପଣ୍ଡା ଉକ୍ତ ବିଦ୍ୟାଳୟର ଦ। ଇତ୍ଵ  ଗ୍ରହଣ କରିଥିଲେ। ଉକ୍ତ ସଭାରେ ବିଶ୍ଵେଶ୍ଵର ସଂସ୍କୃତ  ମଧ୍ୟମା ବିଦ୍ୟାଳୟ ପରିଚାଳନା କମିଟିର  ସଭାପତି ଶ୍ରୀମତୀ ବନିତା ମଳିକ,ସଭ୍ୟ ଶ୍ରୀ ବଲରାମ କୁଣ୍ଡ,ସଭ୍ୟା ଧୀର।ମଣୀ କୁଣ୍ଡ,ପୂର୍ବତନ ସଭାପତି ସୁରେନ୍ଦ୍ର କୁମାର କୁଣ୍ଡ ଓ ଉଦୟପୁରର ବରିଷ୍ଠ ନାଗରିକ ଅକ୍ଷୟ କୁମାର କୁଣ୍ଡ,ପ୍ରମୋଦ କୁଣ୍ଡ ଯୋଗଦେଇଥିଲେ। ବିଦ୍ୟାଳୟରେ ସ୍ଵେଚ୍ଛାକୃତ ଶିକ୍ଷାଦାତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ଵ।ଗତିକ। ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ,କେନ୍ଦ୍ର।ପଡାଙ୍କ ଅଫିସରେ ମଧ୍ୟ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ବାବାଜୀ ଚରଣ ନାୟକଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ,ସୁରମ। ମହାପାତ୍ର ଓ ଜିଲ୍ଲା ବିଜ୍ଞାନ  ପରିଦର୍ଶକ ନିଷିଦ୍ଧ ବାରିକ ମାନପତ୍ର ଦେବା ସହ ସମ୍ବର୍ଦ୍ଧିତ କରିଥିଲେ।

Report : ରାଜେନ୍ଦ୍ର ଦାଶ, ରାଜନଗର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here