ବଡଚଣା ରେ ଗଡିଲା ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ I

ଯାଜପୁର : ଦିନକୁ ଦିନ ଦେଶରେ ଜନସଂଖ୍ୟା ବୃଦ୍ଧି କ୍ଷେତ୍ରରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ସରକାର ମାଗଣାରେ ପୁରୁଷ ମାନଙ୍କୁ ବିନା ଅସ୍ତ୍ରୋପଚାର ରେ ବନ୍ଧ୍ୟାକରଣ ସହିତ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଆଜି ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସଚେତନତା ରଥ ଗଡିବା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତ ଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ରଥ ଟି ବଡଚଣା ବ୍ଲକ ର ୪୩ ଗୋଟି  ପଞ୍ଚାୟତ କୁ ଗସ୍ତ କରି ପୁରୁଷ ବନ୍ଧ୍ୟାକରଣ ଉପରେ ଜନସଚେତନତା ସୃଷ୍ଟି କରିବ ବୋଲି ବିଭାଗର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମନୋରମା ସ୍ବାଇଁ ଜଣାଇଛନ୍ତି।  ମୁଖ୍ୟତଃ ଏହି ରଥରେ ପୁରୁଷ ବନ୍ଧ୍ୟାକରଣ ପାଇଁ ସହଜ, ଫଳପ୍ରଦ ଓ ସୁରକ୍ଷିତ ଜନ୍ମ ନିରୋଧକ ଉପାୟ ସମ୍ପର୍କରେ ପ୍ରଚାର କରାଯିବ। ଏହି ବନ୍ଧ୍ୟାକରଣ ବିନା ଅସ୍ତ୍ରୋପଚାର ଦ୍ବାରା କରାଯିବା ସହ କୋୖଣସି ପାର୍ଶ୍ଵ ପ୍ରତିକ୍ରିୟା ରହିବ ନାହିଁ। ଏହା ଦ୍ବାରା ପୁରୁଷତ୍ବ କମିବାରେ କୋୖଣସି ଆଶଙ୍କା ନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସମସ୍ତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଙ୍କ ସମେତ ଆଶା କର୍ମୀ ମାନେ ସାମିଲ ହୋଇଥିଲେ।

Report : ତ୍ରିଲୋଚନ ବେହେରା, ଚଣ୍ଡୀଖୋଲ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here