ଖବର ସଂକ୍ଷେପ ରେ…… ତାରିଖ ୨୧-୧୧-୨୦୨୧, ରବିବାର (NEWS IN BULLETS)

୧-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା : ସାମିଲ ହେଲା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ।

୨-ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ।

୩-ରାଜ୍ୟରେ ମନଇଚ୍ଛା ଗାଡ଼ି ଚଲାଇପାରିବେ ନାହିଁ ଚାଳକ । ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହେଲା ସର୍ବୋଚ୍ଚ ବେଗ ଗତି ସୀମା । କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ସେନେଇ ଆସିଲା ତାଲିକା । 

୪-ଭାରତରେ ହିଁ ହେବ ଆଇପିଏଲ ୨୦୨୨ର ଆୟୋଜନ, ସ୍ପଷ୍ଟ କଲେ ବିସିସିଆଇ ସଂପାଦକ ଜୟ ଶାହା ।

୫-ପୁଣି ବିବାଦରେ ନବଜୋତ ସିଂହ ସିଦ୍ଧୁ: କରତାରପୁର କରିଡର ଯାତ୍ରାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୋ ବଡ ଭାଇ  ।

୬-ଧାରା ୩୭୦ ପାଇଁ ବି ମୋଦୀ କ୍ଷମା ମାଗିବେ : ଜମ୍ମୁ ଓ କଶ୍ମୀର କଂଗ୍ରେସ ମୁଖ୍ୟ .।

୭-ରାଜସ୍ଥାନ: ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା ..

୮-ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା ସିବିଆଇ, ୨୫ରେ ହେବ ଶୁଣାଣି।

୯-ଜୀବନରେ ସଫଳତା ପାଇଁ ସ୍କୁଲରେ ହିଁ ମୂଳଦୁଆ ପଡ଼ିଥାଏ: ମୁଖ୍ୟମନ୍ତ୍ରୀ ।

୧୦-ପୁରୀ ନାମ ସହ ଶ୍ରୀଜଗନ୍ନାଥ ନାମ ଯୋଡିବା କିଛି ଆବଶ୍ୟକତା ନାହିଁ, କେବଳ ରାଜନୀତି କରାଯାଉଛି: ପୁରୀ ନାମ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।

୧୧-ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ବାଚସ୍ପତି କହିଲେ ସବୁ ପ୍ରସଙ୍ଗରେ ହେବ ଚର୍ଚ୍ଚା ।

୧୨-ଟାଇମ୍‌ସ ରାଙ୍କିଙ୍ଗ: ସମ୍ ହସ୍ପିଟାଲ୍ ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ, ଭୁବନେଶ୍ୱରରେ ନମ୍ବର ଓ୍ଵାନ ।

୧୩-ମାହାଙ୍ଗା ନୃତାଙ୍ଗ ଅଞ୍ଚଳର ଡବଲ୍ ମର୍ଡର ମାମଲା । ୩ ଜଣଙ୍କ କଲ୍ ଡିଟେଲ୍ସ ବାହାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ।

୧୪-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସହରାଞ୍ଚଳ ଉନ୍ନତିକରଣ ଲାଗି ୫୦୦ କୋଟି ଟଙ୍କା ମଞ୍ଜୁର ।

୧୫-ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲା ସୁନ୍ଦରଗଡ଼, ‘ୱାନ୍ ଷ୍ଟାର’ ମାନ୍ୟତା ପାଇଲା ରାଉରକେଲା ।

୧୬-ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି-ଅମରିନ୍ଦର ମେଣ୍ଟ ସମ୍ଭାବନା, କ୍ୟାପଟେନ୍‌ ଦେଲେ ସଙ୍କେତ ।

୧୭-୧୯୬୨ରେ ଦେଶରେ ମଜବୁତ ନେତୃତ୍ଵ ଥିଲେ ଚୀନଠୁ ହାରିନଥାନ୍ତା ଭାରତ: ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ।

୧୮-ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ୩ ବର୍ଷ ବିତିଲା, ସାର୍ବଜନୀନ ହେଲାନି କମିସନଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here