ଖବର ସଂକ୍ଷେପ ରେ…… ତାରିଖ ୨୦-୧୧-୨୦୨୧, ଶନିବାର (NEWS IN BULLETS)

୧-କେନ୍ଦ୍ର ସରକାର ଗତବର୍ଷ ସଂସଦରେ ଗୃହୀତ କରାଇଥିବା ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିନିଆଯିବ । ଏହି କୃଷି ଆଇନକୁ ଦେଶର କୃଷକ ସମୁଦାୟ ଦୃଢ ବିରୋଧ କରିବା ସହିତ ଏହାର ପ୍ରତ୍ୟାହାର ଦାବିରେ ଲଗାତର ଆନ୍ଦୋଳନ ଚଳାଇଥିବାବେଳେ କେନ୍ଦ୍ର ସରକାର ଶେଷରେ ଏହି ଆଇନ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛନ୍ତି । 

୨-କୃଷି ଆଇନ ପ୍ରତ୍ୟାହାର ସ୍ବାଗତଯୋଗ୍ୟ ପଦକ୍ଷେପ : ମୁଖ୍ୟମନ୍ତ୍ରୀ ।

୩-ସଂସଦରେ କୃଷି ଆଇନ ଉଚ୍ଛେଦ ପ୍ରକ୍ରିୟା ଶେଷ ନ‌ ହେବା ପର୍ଯ୍ୟନ୍ତ କୃଷକମାନେ ଫେରିବେ ନାହିଁ: ରାକେଶ ଟିକାୟତ ।

୪-ପ୍ରତ୍ୟାହର ହେଲା କୃଷି ଆଇନ । କଙ୍ଗନା କହିଲେ, ଦୁଃଖଦାୟକ, ଲଜ୍ଜାଜନକ ଓ ବିଲକୁଲ ଗ୍ରହଣୀୟ ନୁହେଁ । 

୫-ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ।

୬-କଟକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କହିଲେ ମହାନଦୀର ଜଳଧାରା ସୃଷ୍ଟି କରିବ ରୋଜଗାର ପନ୍ଥା ।

୭-ଆଜି କଂଗ୍ରେସ ପାଳନ କରିବ ‘କୃଷକ ବିଜୟ ଦିବସ’ ।

୮-ଦେଶକୁ ମିଳିଲା ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର: ଭୂମିରୁ ଆକାଶ ଯାଏଁ ଟାର୍ଗେଟକୁ କରିପାରିବ ଧ୍ୱଂସ ।

୯-କୃଷି ଆଇନ ପ୍ରତ୍ୟାହାର ପରେ ବାଉଳେଇ ହେଲେ ମେହବୁବା ମୁଫ୍‌ତୀ : କହିଲେ,‘ଜାମ୍ମୁ କାଶ୍ମୀରରୁ ଲାଗୁହେଉ ଧାରା ୩୭୦’ ।

୧୦-ଶୀତ କାଳ ପାଇଁ ଶନିବାର ବନ୍ଦ ହେବ ବଦ୍ରୀନାଥ ଧାମ କବାଟ: ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ଧାମ ।

୧୧-ଆରଏମଆରସି ସର୍ଭେରୁ ଆସିଲା ଆଶ୍ୱସ୍ତିକର ଖବର: ତୃତୀୟ ଲହରରେ ଶିଶୁଙ୍କ ଜୀବନ ପ୍ରତି ବିପଦ ନାହିଁ ।

୧୧-ଆନ୍ଧ୍ରପ୍ରଦେଶରେ ବନ୍ୟା ବିପର୍ଯ୍ୟୟ; ତିରୁପତି ମନ୍ଦିରରେ ପଶିଲା ପାଣି, ଯାନବାହନ ସମେତ ଭାସିଗଲେ ବହୁ ଗୃହପାଳିତ ପଶୁ ।

୧୨-ଦକ୍ଷିଣ ଆଫ୍ରିକା ଷ୍ଟାର୍‌ କ୍ରିକେଟର ଏ ବି ଡିଭିଲିୟର୍ସ ଖେଳର ସବୁ ଫର୍ମାଟକୁ କହିଛନ୍ତି ଅଲ୍‌ବିଦା ।

୧୩-୨୬ରୁ ୨୯ ପର୍ଯ୍ୟନ୍ତ ନବମ ଶ୍ରେଣୀ ସମିଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ।

୧୪-ମାହାଙ୍ଗା ଡବଲ୍‌ ମର୍ଡର ଘଟଣା: ପୁଣି ଚର୍ଚ୍ଚାକୁ ଆଣିଲା କଂଗ୍ରେସ ।

୧୫-ଗର୍ଜିଲା ରୋହିତ-ରାହୁଲଙ୍କ ବ୍ୟାଟ୍, ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟରେ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ ।

୧୬-ମୁଖ୍ୟମନ୍ତ୍ରୀ ନହେବା ପର୍ଯ୍ୟନ୍ତ ବିଧାନସଭାରେ ପାଦ ରଖିବି ନାହିଁ, ସଂକଳ୍ପ ନେଲେ ଚନ୍ଦ୍ରାବାବୁ ନାଇଡୁ ।

୧୭-ୱାଙ୍ଖେଡେ ସେବା ଆଚରଣ ବିଧି ଉଲଂଘନ କରି ନଭି ମୁମ୍ବାଇରେ ବାର୍ ଚଳାଉଛନ୍ତି : ନବାବ ମଲିକ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here