ଖବର ସଂକ୍ଷେପ ରେ…… ତାରିଖ ୨୩-ନଭେମ୍ବର-୨୦୨୧,ମଙ୍ଗଳବାର (NEWS IN BULLETS)

➡️୧-ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହାସହ ମନ୍ତ୍ରୀ ପରିଷଦର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ । ଉଭୟ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

➡️୨-ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରଥମ ଟର୍ମ ପରୀକ୍ଷା ପାଇଁ ‘ଗୌଣ’ ଭାଷା ଭାବେ ସ୍ଥାନ ପାଇଲା ଓଡ଼ିଆ ।

➡️୩-ଆଗାମୀ ୩୬ଘଣ୍ଟା ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି,ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ।

➡️୪-ବେଦଧ୍ୱନୀରେ କମ୍ପୁଛି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିବେଶ ।ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲେ ଆରମ୍ଭ । ଆସନ୍ତା କାଲି ପୂର୍ବାହ୍ନରେ ହେବ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପର ଶିଳାନ୍ୟାସ ।

➡️୫-ଏଣିକି ଆଧାରରେ ଠିକଣା ବଦଳାଇବା ହେବ ସହଜ, ଖୁବଶୀଘ୍ର ଦେଶରେ ଖୋଲିବ ୧୬୬ଟି ନୂଆ ସେବା କେନ୍ଦ୍ର ।

➡️୬-ରାଜ୍ୟ ସରକାରଙ୍କ ତରଫରୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସରେ ୮ଟି ପ୍ରକଳ୍ପକୁ ମିଳିଲା ଅନୁମୋଦନ । ୧, ୮୭୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।

➡️୭-ନିର୍ମାଣ କାର୍ଯ୍ୟ ପାଇଁ ଖୁସି ଖବର, ପ୍ରାୟ ୨୦ ରୁ ୨୫ ଦିନ ପରେ, ରଡ ଏବଂ ସିମେଣ୍ଟର ମୂଲ୍ୟ ହ୍ରାସ ପାଇଲା ।

➡️୮-ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କନ୍ଧମାଳ, ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ଜିଲ୍ଲାର ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ ।

➡️୯-ଧିରେ ଧିରେ କମୁଛି ଦିଲ୍ଲୀ ବାୟୁ ପ୍ରଦୂଷଣ: ରାଜଧାନୀରେ ନିର୍ମାଣ କାମ ଜାରି ରଖିବାକୁ ନିଷ୍ପତି ନେଲେ କେଜ୍ରିୱାଲ ସରକାର ।

➡️୧୦-ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ ।

➡️୧୧-ମୋବାଇଲ୍ ଟାରିଫ୍ ୨୫% ବଢ଼ାଇଲା ଏୟାରଟେଲ୍, ନଭେମ୍ବର ୨୬ରୁ ଲାଗୁହେବ ନୂଆ ଦର ।

➡️୧୨-ଲଗାଣ ବର୍ଷାରେ ବେହାଲ ହେଲା ବେଙ୍ଗାଲୁରୁ, ପରୀକ୍ଷା ଦେବା ପାଇଁ ସ୍କୁଲ ଯିବାକୁ ଡଙ୍ଗାର ସାହାରା ନେଲେ ଶିକ୍ଷାର୍ଥୀ । ପୋଲ ଓ ରାସ୍ତାଘାଟ ମରାମତି ପାଇଁ ୫ ଶହ କୋଟି ଟଙ୍କା ଘୋଣଣା କଲେ କର୍ଣ୍ଣାଟକ ସରକାର ।

➡️୧୩-ଟିଏମସି ନେତା ସାଓନୀ ଘୋଷଙ୍କୁ ମିଳିଲା ଜାମିନ, ବିପ୍ଳବ ଦେବଙ୍କ ରାଲିରେ ଲଗାଇଥିଲେ ‘ଖେଲା ହୋବେ’ ନାରା ।

➡️୧୪-ସେୟାର ବଜାର : ବିଗତ ୭ ମାସ ମଧ୍ୟରେ ସବୁଠାରୁ ବଡ କ୍ରାସ ସହିତ ନିବେଶକ ମାନେ ଗତକାଲି ଗୋଟିଏ ଦିନରେ ହରାଇଲେ ୮ ଲକ୍ଷ କୋଟି । 

➡️୧୫-ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ବିଏସଏଫର ଅଧିକାର ଏବଂ ତ୍ରିପୁରା ହିଂସା ବିଷୟରେ କରିବେ ଆଲୋଚନା ।

➡️୧୬-ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନୂଆ ମନ୍ତ୍ରୀମାନଙ୍କୁ କଲେ ବିଭାଗ ବଣ୍ଟନ । ନିଜ ପାଖରେ ରଖିଲେ ଗୃହ, ଅର୍ଥ ।

➡️୧୭-ଭାରତର ବୀରପୁଅଙ୍କୁ ରାଷ୍ଟ୍ରପତି କଲେ ସମ୍ମାନୀତ।ବାଲାକୋଟ ଏୟାରଷ୍ଟ୍ରାଇକ ହିରୋ ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ତମାନଙ୍କୁ ବୀରଚକ୍ର ପୁରସ୍କାରରେ ସମ୍ମାନୀତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । 

➡️୧୮-ପ୍ରଥମ ଟେଷ୍ଟ ପାଇଁ କାନପୁରରେ ପହଞ୍ଚିଲେ ଭାରତ-ନ୍ୟୁଜିଲାଣ୍ଡ ଟିମ୍‌, ଆଜିଠାରୁ ଆରମ୍ଭ ହେବ ନେଟ୍‌ ପ୍ରାକ୍ଟିସ୍‌ ।

➡️୧୯-ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ICC ଲଗାଇଲା ଜରିମାନା । ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌ଙ୍କୁ ବଲ ଫିଙ୍ଗି ଜରିମାନା ଆକାରରେ ମ୍ୟାଚ ଫି’ ର ୧୫ ପ୍ରତିଶତ କାଟିଲା ICC ।

➡️୨୦-ବିବାହ କଲେ ପୂର୍ବତନ ଭାରତୀୟ ଅଧିନାୟକ ଉନ୍ମୁକ୍ତ । ୨୦୧୨ରେ ଟିମ୍ ଇଣ୍ଡିଆକୁ କରିଥିଲେ ବିଶ୍ୱ ଚାମ୍ପିୟନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here