ଜଗତସିଂହପୁର ଥାନା ଜୋତ ଗ୍ରାମରେ ସ୍ୱାମୀ ହାଣିଲା ସ୍ତ୍ରୀ ଓ ଝିଅ କୁ, ପରେ ନିଜେ ଆତ୍ମହତ୍ୟା କଲା।

ପାରିବାରିକ କଳହକୁ କେନ୍ଦ୍ର କରି ଜଗତସିଂହପୁର ଥାନା ଅଧିନସ୍ଥ ଶାଳଜଙ୍ଗ ପଞ୍ଚାୟତ ଚନ୍ଦପାଟଣା ଗାଁରେ ଘଟିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଲୋକନାଥ ପାଲ ଙ୍କ ଘରେ ସ୍ତ୍ରୀ କଳ୍ପନା ପାଲ ଓ ଝିଅ ଲକି ସହିତ ପାଟିତୁଣ୍ଡ କରିଥିଲେ।ତା ପରେ ଏହି ଘଟଣାରେ ଅଧିକକେନ୍ଦ୍ରୀଭୂତ ହୋଇ ଲୋକନାଥ ଉତେଜିତ ହୋଇ ଏକ ଟାଙ୍ଗିଆରେ ଝିଅ ଲକି ଓ ସ୍ତ୍ରୀ କଳ୍ପନାକୁ ଆକ୍ରମଣ କରିଥିଲା।ଓ ନିଜେ ଘରେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ କହିଛନ୍ତି।ତେବେ ଗୁରୁତର ଅବସ୍ଥାରେ ମାଆ ଓ ଝିଅ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଝିଅର ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀ କଳ୍ପନା ଗୁରୁତର ଥିବାରୁ ତାଙ୍କୁ  କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I

କଟକ ମେଡିକାଲ ରେ ପହଂଚିବା ପରେ ସେ ମୃତୁବରଣ କରିଛନ୍ତି । ଘଟଣା ସ୍ଥଳରେ ଜଗତସିଂହପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ସୂଚନା ଅନୁସାରେ ଲୋକନାଥଙ୍କ ପୁଅ ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ ହେବ ଏକ ଅନ୍ୟ ଜାତିର ଝିଅ କୁ ବିବାହ କରି ଭୁବନେଶ୍ୱର ରେ ରହୁଛନ୍ତି। ଏହି ଘଟଣା ଏବଂ ଅଭାବ ଅନାଟନ କୁ ନେଇ ଘରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହୋଇଥାଏ। ତେବେ ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ସ୍ଥାନିୟ ଜନସଧାରଙ୍କ ଠାରୁ ସୂଚନା ମିଳିଛି। ଏଭଳି ବିଭତ୍ସ ହତ୍ୟାକାଣ୍ଡ ସମ୍ପର୍କରେ ଜଗତସିଂହପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here