ଏକ ଅଜଣା ମହିଳାଙ୍କ ମୃର୍ତ ଶରିର ପାଖରୁ ଅଚେତ ଅବସ୍ଥାରେ ଏକ ୪ବର୍ଷର ଶିଶୁ ଉଦ୍ଧାର ।

କେନ୍ଦ୍ରାପଡ଼ା:  ଜିଲ୍ଲା ମହାକାଳପଡା ବ୍ଲକ୍ ଅନ୍ତର୍ଗତ ଜମ୍ଭୁ ପନ୍ଚାୟତର କଣ୍ଡରାପାଟ୍ଟିଆ ରାସ୍ତା କଡରେ ଏକ ବଡ ଦୁଃଖଦ ପୂର୍ଣ୍ଣ ଏବଂ ଅଭାବନୀୟ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି । ସାମୁଦ୍ରିକ ଥାନା ପୋଲିସ ସୂତ୍ରରୁ ପ୍ରକାଶ ଯେ – କୌଣସି ଦୁର୍ବୁତ୍ତ ଗତକାଲି ରାତିରେ ଜୈନିକ ଏକ ଅଜଣା ମହିଳାଙ୍କ ବେକ କାଟି ତାଙ୍କୁ ହତ୍ୟା କରି ରାସ୍ତା କଡକୁ ଫୋପାଡି ଦେବାପରେ ଉକ୍ତ ମହିଳାଙ୍କର ପାଖରେ ଥିବା ଏକ ୪ବର୍ଷର ଶିଶୁଟିକୁ ମଧ୍ୟ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ୍ ଦେଇ ଶିଶୁଟିକୁ ଅଚେତ କରି “ମା”ର ଶବ ନିକଟରେ ଶିଶୁଟିକୁ ଶୁଆଇ ଦେଇ ପଳାଇ ଯାଇଥିବା ଖବର ମିଳିଛି । ଶିଶୁଟିର ଚେତା ଫେରିବା ପରେ “ମା” ପଖରେ ବସି ଶିଶୁଟି କାନ୍ଦୁଥିବା ଦେଖି ସେହି ରାସ୍ତା ଦେଇ ଆଜି ସକାଳେ ଯାଉଥିବା କିଛି ବାଟୋଇ ବା ସ୍ଥାନୀୟ ଗ୍ରାମବାସୀ ମାନେ ନିକଟସ୍ଥ ସାମୁଦ୍ରିକ ଥାନାକୁ ସରପଞ୍ଚଙ୍କ ଜରିଆରେ ଖବର ଦେବାପରେ ସାମୁଦ୍ରିକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଜିଲ୍ଲା ଚାଇଲଡ ଲାଇନ୍ ଏବଂ ଶିଶୁ ମଂଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାଞଳୀ ମହାପାତ୍ରଙ୍କ ସହିତ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭଗବତୀ ପ୍ରସାଦ ଦାଶଙ୍କୁ ଘଟଣାବଳୀ ବିଷୟରେ ଅବଗତ କରାଇବା ପରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ  ସେଠାରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହିତ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ୍ ଥିବାରୁ ପ୍ରଥମେ ଶିଶୁଟିକୁ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ପରେ ଶିଶୁଟିକୁ କଟକ ଏସିବି ମେଡିକାଲ୍ କଲେଜକୁ ଉକ୍ତ ଶଶୁଟିର ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଥିବା ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ମିତାଞଳୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସେପଟେ ସାମୁଦ୍ରିକ ଥାନା ଅଧିକାରୀ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍ନଭିନ୍ ଆରମ୍ଭ କରିବା ସହିତ ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି ଗଣମାଧ୍ୟମକୁ ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ତେବେ ଆସନ୍ତୁ ଟିକେ ଭଲଭାବେ ନଜର ପକାଇ ନେବା କେମିତି ରହିଥିଲା ଉକ୍ତ ସ୍ଥାନର ଦୃଶ୍ୟାବଳୀ ଗୁଡିକ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here